ବେକକାଟି ଆତ୍ମହତ୍ୟା କଲେ ବିଚରାଧୀନ କଏଦୀ

ବେକକାଟି ଆତ୍ମହତ୍ୟା କଲେ ବିଚରାଧୀନ କଏଦୀ

ବେକକାଟି ଆତ୍ମହତ୍ୟା କଲେ ବିଚରାଧୀନ କଏଦୀ
ମାଲକାନଗିରି: ଧାରୁଆ ଅସ୍ତ୍ରରେ ବେକକାଟି ଆତ୍ମହତ୍ୟା କରିଛନ୍ତି ଜଣେ ବିଚରାଧୀନ କଏଦୀ । ଶୌଚ ହେବା ବାହାନାରେ ଏହି କାଣ୍ଡ ଘଟାଇଛନ୍ତି । ମାଲକାନଗିରି ଜିଲ୍ଲା ଉପକାରାଗାରରେ ଗତ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । କଏଦୀ ହେଲେ ମାଓବାଦୀ ଦାନୁ ଗୋଲରା (୩୫) । ସୂଚନା ଅନୁସାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଖଜୁରୀପଡ଼ା ଗାଁର ସୁରେନ୍ଦ୍ର ଗୋଲରୀଙ୍କ ପୁଅ ଦାନୁ ଗତ ଅକ୍ଟୋବରରେ ଏକ ମାଓବାଦୀ ମାମଲାରେ ଗିରଫ ହୋଇ ବିଚାରାଧୀନ ଥିଲେ । ଘଟଣା ଦିନ ସନ୍ଧ୍ୟାରେ ଦାନୁ ଶୌଚ ହେବା ପାଇଁ ପାଇଖାନାକୁ ଯାଇଥିଲେ । କିଛି ସମୟ ପରେ ପାଇଖାନା ପାଖରୁ କିଛି ଚିକ୍ରାର ଶୁଣାଯାଇଥିଲା । ପାଖରେ ଥିବା ଅନ୍ୟ କଏଦୀମାନେ ତୁରନ୍ତ ଏ ବିଷୟରେ ଜେଲ ୱାର୍ଡରକୁ ଜଣାଇଥିଲେ । ପାଇଖାନା ପାଖରେ ୱାର୍ଡର ପହଞ୍ଚି ଦେଖିବା ବେଳକୁ ଦାନୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡିଥିଲେ । ତୁରନ୍ତ ୱାର୍ଡର ଜେଲ ସୁପରିଟେଣ୍ଡେଣ୍ଟ ଓ ପୁଲିସଙ୍କୁ ସୂଚନା ଦେଇଥିଲେ । ଜେଲ କର୍ତ୍ତୃପକ୍ଷ ପହଞ୍ଚି ଦାନୁଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ନେଇଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିବାର ସକାଳେ କଏଦୀଙ୍କ ପରିବାରକୁ ସୂଚନା ଦିଆଯାଇଥିଲା । ଅପରାହ୍ନରେ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିଲେ । ମାଲକାନଗିିରି ଜିଲ୍ଲା ଥାନା ଅଧିକାରୀ ରାମପ୍ରସାଦ ନାଗ ମେଡିକାଲରେ ପହଞ୍ଚି ଦାନୁଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇ ପଠାଇଥିଲେ । ଏ ନେଇ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।