ଧାର୍ମିକ ଦୃଷ୍ଟିକୋଣରୁ ଯାତ୍ରାବିଧି ପାଳନ ନେଇ ନିଷ୍ପତ୍ତି ହେବ ।

ଧାର୍ମିକ ଦୃଷ୍ଟିକୋଣରୁ ଯାତ୍ରାବିଧି ପାଳନ ନେଇ ନିଷ୍ପତ୍ତି ହେବ ।

ଧାର୍ମିକ ଦୃଷ୍ଟିକୋଣରୁ ଯାତ୍ରାବିଧି ପାଳନ ନେଇ ନିଷ୍ପତ୍ତି ହେବ ।
ଧାର୍ମିକ ଦୃଷ୍ଟିକୋଣରୁ କେମିତି ଯାତ୍ରାବିଧି ପାଳନ ହେବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଗଜପତି ମହାରାଜା କହିଛନ୍ତି । ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ନିଜର ପ୍ରତିକ୍ରିୟା ରଖି ଗଜପତି ମହାରାଜା ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିକଳ୍ପ ନାହିଁ । ରାୟ ଶୁଣିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ନିଶ୍ଚୟ ହେବ । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତଙ୍କୁ ସମ୍ମାନ ଦେବାକୁ ପଡ଼ିବ । ଧାର୍ମିକ ଦୃଷ୍ଟିକୋଣରୁ କେମିତି ଯାତ୍ରାବିଧି ପାଳନ ନେଇ ନିଷ୍ପତ୍ତି ନିଆଯିବ । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଏନେଇ ଆଲୋଚନା ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ମଧ୍ୟ ଆଲୋଚନା ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ସହ ବୈଠକ ପରେ ନିଷ୍ପତ୍ତି ହେବ । ଆଲୋଚନା ପରେ କ’ଣ କରାଯିବ ସେନେଇ ନିଷ୍ପତ୍ତି ହେବ ବୋଲି ଗଜପତି ମହାରାଜା କହିଛନ୍ତି । ପ୍ରକାଶ ଯେ, ଚଳିତ ବର୍ଷ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏ ବର୍ଷ ପାଇଁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି । ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି । ତେବେ କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।