ହାତୀ ମୃତ୍ୟୁ: ୨ ସସଫେଣ୍ଡ

ହାତୀ ମୃତ୍ୟୁ: ୨ ସସଫେଣ୍ଡ

ହାତୀ ମୃତ୍ୟୁ: ୨ ସସଫେଣ୍ଡ
ଭୁବନେଶ୍ୱର: ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ବନଖଣ୍ଡ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କର୍ତ୍ତବ୍ୟରେ ଅବହେଳା ପାଇଁ ଡିଏଫ୍ଓ ଦୁଇ ଜଣଙ୍କୁ ନିଲମ୍ବନ କରିଛନ୍ତି । ସେମାନେ ହେଲେ ଫରେଷ୍ଟର୍ କୈଳାଶ ପ୍ରଧାନ ଓ ଫରେଷ୍ଟ ଗାର୍ଡ ବିଶ୍ୱଜିତ ସାମନ୍ତରା । ଏଠାରେ ଉଲ୍ଲେଖ ଯୋଗ୍ୟ, ଗୋଟିଏ ଆଠ ବର୍ଷର ହାତୀର ମୃତ ଦେହ ସୋମବାର ମିଳିଥିଲା । ହାତୀର ଦାନ୍ତ କାଟି ଶିକାରୀମାନେ ନେଇଯାଇଥିଲେ । ବନ ବିଭାଗ କର୍ମଚାରୀ ଅବହେଳା ଯୋଗୁଁ ଏଭଳି ଘଟିଥିବା କୁହାଯାଇଥିଲା । ସେଥିପାଇଁ ଡିଏଫ୍ଓ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରିଛନ୍ତି ।