ନବୀନ ସବୁଠୁ ଲୋକପ୍ରିୟ

ନବୀନ ସବୁଠୁ ଲୋକପ୍ରିୟ

ନବୀନ ସବୁଠୁ ଲୋକପ୍ରିୟ
ଭୁବନେଶ୍ୱର: ଏକ ସର୍ଭେରେ ପୁଣି ସବୁଠୁ ପସନ୍ଦ ବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କ ଦ୍ୱାରା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଧିକ ପସନ୍ଦ କରାଯାଇଛି । ନବୀନଙ୍କ କାର୍ଯ୍ୟଶୈଳୀ ପାଇଁ ୬୦ ପ୍ରତିଶତ ଲୋକ ତାଙ୍କୁ ଅତ୍ୟନ୍ତ ସନ୍ତୁଷ୍ଟ ଶ୍ରେଶୀରେ ରଖିଥିବାବେଳେ ୨୫ପ୍ରତିଶତ ଲୋକ ତାଙ୍କୁ ସନ୍ତୁଷ୍ଟ ମାନ୍ୟତା ଦେଇଛନ୍ତି । ଏହା ସହିତ ମମତା ବାନାର୍ଜୀ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଲୋକମାନେ ମମତା ବାନାର୍ଜୀଙ୍କୁ ଦ୍ୱିତୀୟ ସ୍ଥାନରେ ରଖିଛନ୍ତି । ୪୯ପ୍ରତିଶତ ଲୋକେ ତାଙ୍କୁ ଅତ୍ୟନ୍ତ ସନ୍ତୁଷ୍ଟ ଶ୍ରେଣୀରେ ରଖିଥିବାବେଳେ ୩୬ପ୍ରତିଶତ ଲୋକ ତାଙ୍କୁ ସନ୍ତୁଷ୍ଟ ବର୍ଗରେ ରଖିଛନ୍ତି । ସୂଚନାଯୋଗ୍ୟ, ଏକ ସର୍ଭେରେ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକୁ କେତେ ପ୍ରଶଂସା କରାଯାଉଛି, ତାହା ଜାଣିବାକୁ ଚେଷ୍ଟା କରାଯାଇଛି । ସର୍ବେକ୍ଷଣ ଅନୁଯାୟୀ, ୟୁପିରେ ୪୯ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟରେ ଅତ୍ୟନ୍ତ ସନ୍ତୁଷ୍ଟ ଅଛନ୍ତି । ସର୍ଭେରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ କରାଯାଇଥିଲା ।