ନିଆରା ଉପାୟରେ କାର୍ତ୍ତିକ ପୂର୍ଣ୍ଣମୀ ପାଳନ କଲେ ପ୍ରବାସୀ ଓଡ଼ିଆ

ନିଆରା ଉପାୟରେ କାର୍ତ୍ତିକ ପୂର୍ଣ୍ଣମୀ ପାଳନ କଲେ ପ୍ରବାସୀ ଓଡ଼ିଆ

ନିଆରା ଉପାୟରେ କାର୍ତ୍ତିକ ପୂର୍ଣ୍ଣମୀ ପାଳନ କଲେ ପ୍ରବାସୀ ଓଡ଼ିଆ
ବିଗତ ୪ ବର୍ଷ ଧରି ନେଦରଲାଣ୍ଡସ ରେ ପ୍ରବାସୀ ଓଡ଼ିଆ ମାନେ ଉତ୍କଳିୟ ରୀତିନୀତି ରେ କାର୍ତ୍ତିକ ପୂର୍ଣ୍ଣମୀ ଧୁମ୍ ଧାମ ରେ ପାଳନ କରି ଆସୁଥିଲେ । କରୋନା କଟକଣା ହେତୁ ଏ ବର୍ଷ OSCAN (ନେଦରଲାଣ୍ଡସ ପ୍ରବାସୀ ଓଡ଼ିଆ ସମାଜ) ଏକ ବୋଇତ ନିର୍ମାଣ କରିଥିଲା । ବୋଇତଟିକୁଚ ନେଦରଲାଣ୍ଡସର ବିଭିନ୍ନ ସହର ପରିକ୍ରମା କରାଯିବା ପରେ ଆମଷ୍ଟେଲ ନଦୀରେ ମେଲାଣିଦିଆଯାଇଥିଲା । । ସହର ପରିକ୍ରମା ସମୟରେ ଆମଷ୍ଟରଡାମ, ଆମଷ୍ଟେଲବୀନ, ଡେନ-ହାଗ, ରୋଟରଡାମ, ଲାଇଡେନ, ଏଇନ୍ଦୋଭେନ, ଉତ୍ରେକତ୍, ହୂଫଦର୍ପ, ଆଲ୍ମେର ପ୍ରଭୁତି ସହରର ପ୍ରବାସୀ ଓଡ଼ିଆଙ୍କର ହସ୍ତାକ୍ଷର ଗ୍ରହଣ କରାଯାଇଥିଲା । ବୋଇତ ବନ୍ଦାଣ ସହିତ ଅନ୍ୟ କିଛି ଅନଲାଇନ ସାଂସ୍କୃତିକ କାର୍ୟ୍ୟକ୍ରମ ର ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରାୟ ୩୦୦ ପ୍ରବାସୀ ଓଡ଼ିଆ ପରିବାର ଯୋଗ ଦେଇଥିଲେ । ଓଡିଶାର ଐତିହ୍ୟ ଏବଂ ସଂସ୍କୃତି କୁ ବଞ୍ଚାଇ ଓ ଆଗାମୀ ପିଢ଼ିକୁ ନିଜ ଐତିହ ଏବଂ ସଂସ୍କୃତି ବିଷୟରେ ଅବଗତ କରାଇବା ପାଇଁ OSCANର ଏହା ଏକ ନିଆରା ପ୍ରୟାସ ।