ନିଜର ଲମ୍ବା କେଶକୁ ନେଇ ଚର୍ଚ୍ଚାରେ ନୀଲାଂସୀ

ନିଜର ଲମ୍ବା କେଶକୁ ନେଇ ଚର୍ଚ୍ଚାରେ ନୀଲାଂସୀ

ନିଜର ଲମ୍ବା କେଶକୁ ନେଇ ଚର୍ଚ୍ଚାରେ ନୀଲାଂସୀ
ଗୁଜୁରାଟର ସତର ବର୍ଷ ବୟସ୍କ ନୀଲାଂଶୀ ପଟେଲ ଏବେ ଦୁନିଆର ସବୁଠାରୁ ଲମ୍ବା କେଶୀ କନ୍ୟା । ତାଙ୍କ କେଶର ଲମ୍ବ ୧୯୦ ସେଣ୍ଟିମିଟର (୬ ଫୁଟ ୨.୮ ସେମି) । ଗିନିଜ ବୁକ୍ ଅନୁସାରେ ଲମ୍ବା କେଶ ଥିବା କିଶୋରୀଙ୍କ ମଧ୍ୟରେ ନୀଲାଂଶୀଙ୍କ କେଶ ବିଶ୍ୱର ସବୁଠାରୁ ଲମ୍ବା । ତାଙ୍କ ଲମ୍ବା କେଶର ରହସ୍ୟ ହେଉଛି ସେ କେବେ ହେଲେ କେଶ କାଟନ୍ତି ନାହିଁ । ନିଜ ମାଆଙ୍କ ଦ୍ୱାରା ଘରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ତୈଳ କେଶରେ ଲଗାନ୍ତି । ସପ୍ତାହରେ ଥରେ କେଶ ଧୁଅନ୍ତି । ଶୁଖିବା ପାଇଁ ଅଧଘଣ୍ଟାଏ ଛାଡ଼ି ଦିଅନ୍ତି ଏବଂ ତା ପରେ କେଶ ବାନ୍ଧନ୍ତି । ତେବେ କେଶ ବଢ଼ାଇବା ନୀଲାଂଶୀଙ୍କ ସଉକ ନୁହେଁ, ବରଂ ତାଙ୍କ ମାଆଙ୍କର ଏକ ସ୍ୱପ୍ନ ଥିଲା ଏବଂ ଗିନିଜ ବୁକ୍ ଅଫ ୱାଲର୍ଡ ରେକର୍ଡକୁ ତାଙ୍କ ନାଁ ଉଠିଥିବାରୁ ମାଆ ଖୁବ ଖୁସି ଥିବା ନୀଲାଂଶୀ କହିଛନ୍ତି । ନୀଲାଂଶୀ ଏବେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଏବଂ ଜଣେ ସଫ୍ଟୱେୟାର ଇଞ୍ଜିନିୟର ହେବା ତାଙ୍କ ଭବିଷ୍ୟତ ।