୨୦ତମ ଚାନ୍ଦିନୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

୨୦ତମ ଚାନ୍ଦିନୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

୨୦ତମ ଚାନ୍ଦିନୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
ପଦ୍ମପୁର(ନିରଞ୍ଜନ ତ୍ରୀପାଠି) - ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପାଇକମାଳ ବ୍ଲକ ର ବୁକୁରାମୁଣ୍ଡା ଖେଳପଡିଆ ଠାରେ ଜାନୁଆରୀ୨୬ ରୁ ଆରମ୍ଭ ହୋଇଥିବା ରେନବୋ କ୍ରିକେଟ୍ ଆସୋସିଏସନ୍ ର ଆନୁକୂଲ୍ୟ ରେ ୨୦ତମ ଚାନ୍ଦିନୀ କପ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ଦିବସ ରେ ପୂର୍ବତନ ସରପନ୍ଚ ଶ୍ରୀଯୁକ୍ତ ଝସକେତନ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଥିବାବେଳେ,ପ୍ରଗତିବାଦୀ ସଂବାଦ ପତ୍ର ର ଜିଲ୍ଲା ପ୍ରତିନିଧି ଶ୍ରୀମାନ ବିଜୟ କୁମାର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ | କର୍ମକର୍ତ୍ତା ଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଗ୍ରାମାନ୍ଚଳ ରେ ଝାଉଳୀ ପଡି ରହୁଥିବା ପ୍ରତିଭା ମାନଙ୍କୁ ଦିଗଦର୍ଶନ ଦେଉଥିବାର ପ୍ରୟାସ ପାଇଁ ସାମ୍ବାଦିକ ଶ୍ରୀଯୁକ୍ତ ସାହୁ ମତବ୍ୟକ୍ତ କରିଥିଲେ | ଆଜିପ୍ରଥମ ମ୍ୟାଚ୍ ରେ ନାଗଡିହି ଓ ଆର୍.ସି.ଏ.ଦଳ ମଧ୍ୟରେ ଆରମ୍ଭ ହୋଇଥିଲା |ବୁକୁରାମୁଣ୍ଡା ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ୍ ର ସୁଯୋଗ ନେଇଥିଲା |ଉକ୍ତ ମ୍ୟାଚ୍ ରେ ଖେଳ ପରିଚାଳନା କରିଥିଲେ ରମେଶ ଭୋଇ ଏବଂ କମଲ ନାୟକ | ସ୍କୋର ର ଦାୟିତ୍ୱ ନେଇଥିଲେ ପୃଥିରାଜ ପ୍ରଧାନ ତତସଂଗେସଂଗେ ଅଜିତ ବାରିକ ଓ ରାହୁଲ ବିଶ୍ୱାଳ ଧାରାବିବରଣୀ ପ୍ରଦାନ କରିଥିଲେ |