ନିର୍ବାଚନ ପ୍ରକ୍ରିୟାରୁ ହଟିଲେ କପିଲ ଗୁଜ୍ଜରକୁ ‘ଆପ୍‌’ର ସଦସ୍ୟ କହିଥିବା ଡିସିପି

ନିର୍ବାଚନ ପ୍ରକ୍ରିୟାରୁ ହଟିଲେ କପିଲ ଗୁଜ୍ଜରକୁ ‘ଆପ୍‌’ର ସଦସ୍ୟ କହିଥିବା ଡିସିପି

ନିର୍ବାଚନ ପ୍ରକ୍ରିୟାରୁ ହଟିଲେ କପିଲ ଗୁଜ୍ଜରକୁ ‘ଆପ୍‌’ର ସଦସ୍ୟ କହିଥିବା ଡିସିପି
ନୂଆଦିଲ୍ଲୀ: ଶାହିନ୍ ବାଗ୍‌ରେ ସିଏଏ ବିରୋଧୀ ଆନ୍ଦୋଳନ ସ୍ଥଳରେ ଗୁଳି ଫୁଟାଇଥିବା କପିଲ କୁଜ୍ଜର ଆମ୍ ଆଦ୍‌ମି ପାର୍ଟିର ସଦସ୍ୟ ବୋଲି କହିଥିବା ପୁଲିସ ଅଧିକାରୀଙ୍କୁ ନିର୍ବାଚନ କମିଶନ ନିର୍ବାଚନ ପରିଚାଳନାରୁ ହଟାଇ ନେଇଛନ୍ତି । ଜଣେ ପୁଲିସ ଅଧିକାରୀ ଏଭଳି ରାଜନୈତିକ ବୟାନବାଜି କରିବା ଉଚିତ ନୁହେଁ ବୋଲି ନିର୍ବାଚନ କମିଶନ ଦିଲ୍ଲୀ ପୁଲିସ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି । ସୂଚନା ଯୋଗ୍ୟ, ଡେପୁଟି ପୁଲିସ କମିସନର ରାଜେଶ ଦେଓ ଗତ ୪ ତାରିଖରେ କପିଲକୁ ଆମ୍ ଆଦ୍‌ମି ପାର୍ଟିର ସଦସ୍ୟ ବୋଲି କହିଥିଲେ ।