ହ୍ରାସ ପାଇଲା ରେପୋ ରେଟ୍

ହ୍ରାସ ପାଇଲା ରେପୋ ରେଟ୍

ହ୍ରାସ ପାଇଲା ରେପୋ ରେଟ୍
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ସାଧାରଣ ଲୋକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଆରବିଆଇ ମୌଦ୍ରିକ ନୀତି ସମିତିର ସମୀକ୍ଷା ବୈଠକରେ ଲଗାତର ଚତୁର୍ଥ ଥର ପାଇଁ ରେପୋ ରେଟକୁ ହ୍ରାସ କରାଯାଇଛି । ହ୍ରାସ ପାଇବା ପରେ ବର୍ତ୍ତମାନ ରେପୋ ରେଟ ୫.୪୦ ପ୍ରତିଶତ ରହିଛି । ନଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରେପୋ ରେଟ ଏତେ ମାତ୍ରାରେ ହ୍ରାସ ପାଇଛି । ଆରବିଆଇ ପକ୍ଷରୁ ରେପୋ ରେଟରେ ୩୫ ଆଧାରଅଙ୍କ ହ୍ରାସ କରାଯାଇଥିବା ବେଳେ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ୫.୧୫ ପ୍ରତିଶତ କରିଛି । କେବଳ ସେତିକି ନୁହେଁ ରିଜର୍ଭ ବ୍ୟାଙ୍କ ଚାଲୁ ଅର୍ଥ ବ୍ୟବସ୍ଥା ପାଇଁ ଜିଡିପିର ଅନୁମାନ ସାତ ପ୍ରତିଶତରୁ ହ୍ରାସ ପାଇ ୬.୯ ପ୍ରତିଶତ କରାଯାଇଛି ।