ନିୟମର ଖୋଲା ଉଲ୍ଲଂଘନ କରିଛନ୍ତି ରାଜ୍ୟ ସରକାର: ଅପରାଜିତା
ନିୟମର ଖୋଲା ଉଲ୍ଲଂଘନ କରିଛନ୍ତି ରାଜ୍ୟ ସରକାର: ଅପରାଜିତା
ଭୁବନେଶ୍ବର: ସତ କୁ ମିଛ କହି ପରିବା ନାହିଁ, ମିଛକୁ ସତ ମଧ୍ୟ କହି ପାରିବା ନାହିଁ ।ସାଢେ ଚାରି କୋଟି ଓଡିଆ ଜାଣି ସାରିଲେଣି । ରାଜ୍ୟ ସରକାର ପାଖରେ ନିୟନ୍ତ୍ରଣ ନାହିଁ। ରାଜ୍ୟ ସରକାର ଭୁଲ୍ କରିଛନ୍ତି। ଏବେ ଭୁଲ୍କୁ ଘୋଡ଼ାଇବାକୁ ବାହାନା କରୁଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟର୍ଗେଟ୍ କରି ବର୍ଷିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି ରାଜ୍ୟ ସରକାର ଭୁଲ କରିଛନ୍ତି, ଏବେ ମ୍ୟାନେଜ କରିବା ପାଇଁ ବାଧ୍ୟ । ରାଜ୍ୟ ସରକାର ଭୁଲ କରିଛନ୍ତି, ଏବେ ମ୍ୟାନେଜ ଏବଂ କଭର ଅପ କରିବା ପାଇଁ ବାଧ୍ୟ। ଆଉ କିଛି ବାଟ ନାହିଁ ରାଜ୍ୟ ସରକାର ପାଖରେ । ଆମସର ଆକ୍ଟ ୧୯୫୮ ର ଖୋଲା ଖୋଲି ଉଲ୍ଲଙ୍ଘନ ହୋଇଛି। ସବୁ ଜିନିଷ ପ୍ରାଞ୍ଜଳ ଭାବରେ ଦିଶୁଛି। ସିବିଆଇ ତଦନ୍ତ ହେଲେ କଣ ହେବ। ସମସ୍ତେ ଜାଣିଛନ୍ତି ନିୟମର ଖୋଲା ଖୋଲି ଉଲ୍ଲଙ୍ଘନ ହୋଇଛି।ରାଜ୍ୟ ସରକାର ଏବେ ମ୍ୟାନେଜ କରୁଛନ୍ତି କହିଲେ ଅପରାଜିତା। ଯଦି ଭୁଲ କରିନଥାନ୍ତେ ତେବେ ଅଭ୍ୟର୍ଥନା କକ୍ଷକୁ ୧୦୦ ମିଟରରୁ ବାହାରକୁ ନିଆଯିବା ପାଇଁ ନିର୍ଣ୍ଣୟ ନେଇନଥାନ୍ତେ। ଶଙ୍କରାଚାର୍ୟ୍ୟ କହି ସାରିବା ପରେ ଓଡିଶାବାସୀ ଅବଗତ ହୋଇଯାଇଛନ୍ତି । କଭର ଅପ କାରିବାକୁ ପଡିବ। ସିବିଆଇ ତଦନ୍ତ ଆବଶ୍ୟକତା ନେଇ ପ୍ରଶ୍ନର ଉତ୍ତରରେ କହିଛନ୍ତି ସଂସଦ ଅପରାଜିତା ଷଡଙ୍ଗୀ ସବୁ ଜିନିଷ ପ୍ରାଞ୍ଜଳ ଭାବରେ ଦିଶୁଛି । ସିବିଆଇ ତଦନ୍ତ କେତେବେଳେ କରାଯାଏ, ଯେତେବେଳେ କୌଣସି ଜିନିଷ ଲୁଚିକରି ରହିଥାଏ । ସିବିଆଇ ତଦନ୍ତ ହେଲେ କଣ ହେବ । ସମସ୍ତେ ଜାଣିଛନ୍ତି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି ବୋଲି କହିଛନ୍ତି ।




admin 