ରାଜ୍ୟସଭା ନିର୍ବାଚନକୁ ନେଇ ଗୁଜୁରାଟରେ ରାଜନୀତି ଆରମ୍ଭ

ରାଜ୍ୟସଭା ନିର୍ବାଚନକୁ ନେଇ ଗୁଜୁରାଟରେ ରାଜନୀତି ଆରମ୍ଭ

ରାଜ୍ୟସଭା ନିର୍ବାଚନକୁ ନେଇ ଗୁଜୁରାଟରେ ରାଜନୀତି ଆରମ୍ଭ
ରାଜ୍ୟସଭା ନିର୍ବାଚନକୁ ନେଇ ଗୁଜୁରାଟରେ ରାଜନୀତି ଆରମ୍ଭ ହୋଇଯାଇଛି । ରାଜ୍ୟସଭା ଆସନ ପାଇଁ ଗୁଜୁରାଟ ବିଧାନସଭାରେ ଆସନ୍ତା ମାର୍ଚ୍ଚ ୨୬ରେ ମତଦାନ ହେବ । କିନ୍ତୁ ଏହା ପୂର୍ବରୁ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ପୁଣି ଥରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଗୁଜୁରାଟରେ ଏଥର ୪ଟି ଆସନ ପାଇଁ ନିର୍ବାଚନ ହେବ । ବର୍ତ୍ତମାନ ଏହି ୪ଟି ଆସନରୁ ୩ଟି ବିଜେପି ଓ ଗୋଟିଏ କଂଗ୍ରେସ ପାଖରେ ଅଛି । ମାତ୍ର ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସର ସ୍ଥିତି ମଜବୁତ ଥିଲା, ଯେଉଁଥି ପାଇଁ ଦଳକୁ ଲାଭ ମିଳିଥିଲା । ଗୁଜୁରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟିଙ୍କ ବିଧାୟକଙ୍କ ସଂଖ୍ୟା ଆଧାରରେ ଯଦି ଦେଖାଯିବ, ତାହେଲେ ରାଜ୍ୟସଭାର ୨ଟି ଆସନରେ କଂଗ୍ରେସ ପାର୍ଟି ଏବଂ ଅନ୍ୟ ୨ଟି ଆସନ ବିଜେପି ମିଳିପାରେ । ମାତ୍ର ଏହା ପୂର୍ବରୁ ବିଧାୟକମାନଙ୍କ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି ।