ତିନିଦିନ ପରେ ଯୁକ୍ତ ୨ ପରୀକ୍ଷା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦେଶ

ତିନିଦିନ ପରେ ଯୁକ୍ତ ୨ ପରୀକ୍ଷା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦେଶ

ତିନିଦିନ ପରେ ଯୁକ୍ତ ୨ ପରୀକ୍ଷା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦେଶ
ଯୁକ୍ତ ୨ ପରୀକ୍ଷାକୁ ଆଉ ବାକି ରହିଲା ତିନ ଦିନ । ପରୀକ୍ଷାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ୨୦୨ଟି ପରୀକ୍ଷା ପରିଚାଳନା ହବ୍ରେ ବନ୍ଧୁକଧାରୀ ପୁଲିସ ମୁତୟନ ସହ ପରୀକ୍ଷା ପରିଚାଳନା ହବ୍ରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ନେଇ ଯାଉଥିବା ଗାଡ଼ି ଏବଂ ଉତ୍ତର ଖାତା ଆଣି ଆସୁଥିବା ଗାଡ଼ିଗୁଡ଼ିକରେ ଏସ୍କର୍ଟ ବ୍ୟବସ୍ଥା କରିବାକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରରେ ଜିଲ୍ଲା ପ୍ରଶାସନର ପ୍ରତିନିଧି, ପୁଲିସ ଅଧିକାରୀ ଉପସ୍ଥିତ ରହିବେ। ଜିଲ୍ଲାପାଳ, ଏସ୍ପି, ସ୍ଥାନୀୟ ଅଞ୍ଚଳର ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରି ଏଦିଗରେ ପଦକ୍ଷେପ ନେବାକୁ ୧୧୪୩ଟି ପରୀକ୍ଷା କେନ୍ଦ୍ର ସୁପରିଟେନ୍ଣ୍ଡେଣ୍ଟ, ୨୦୨ ପରୀକ୍ଷା ପରିଚାଳନା ହବ୍ର ସୁପରଭାଇଜରକୁ କୁହାଯାଇଛି। ହବ୍ଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରିବା ସହ ୨୪ ଘଣ୍ଟିଆ ପୁଲିସ ବ୍ୟବସ୍ଥାକୁ ସୁନିଶ୍ଚିତ କରିବେ। ଅନ୍ୟପକ୍ଷରେ ଯେଉଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିନି, ସେମାନଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା କ୍ୟାମେରା ଲଗାଇବାକୁ ନିଦେ୍ର୍ଧଶ ଦିଆଯାଇଛି । ଯେଉଁମାନେ ସିସିଟିଭି ଲଗାଇ ନାହାନ୍ତି କି ପାୱାର ବ୍ୟାକ୍ ରଖିନାହାନ୍ତି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ ବୋଲି ଚେତାବନୀ ଦିଆଯାଇଛି। ଏଥର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି। ସେମାନଙ୍କ ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଲେଖିବେ।