ନୀଳଚକ୍ର ସୁରକ୍ଷିତ ଏଏସଆଇ

ନୀଳଚକ୍ର ସୁରକ୍ଷିତ ଏଏସଆଇ

ନୀଳଚକ୍ର ସୁରକ୍ଷିତ ଏଏସଆଇ
ଭୁବନେଶ୍ୱର: ପୁରୀ ଶ୍ରୀ ମନ୍ଦିର ନୀଳଚକ୍ର ସୁରକ୍ଷିତ ଥିବା କହିଲେ ପ୍ରତ୍ନତତ୍ୱ ବିଭାଗ । ଏନେଇ ଏଏସଆଇ ସୁପରିଟେଂଣ୍ଡେଟ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ବାତ୍ୟା ପରେ ୨ଜଣ ବିଶେଷଜ୍ଞ ନୀଳଚକ୍ରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାତ୍ୟା ପବନ ମାଡରେ ନୀଳଚକ୍ରର କୌଣସି କ୍ଷତି ହୋଇନଥିବା କହିଛନ୍ତି । ତେବେ ପ୍ରବଳ ବର୍ଷା ଯୋଗୁଁ ନୀଳଚକ୍ର ତଳେ ଥିବା ସିମେଂଟ ଆସ୍ତରଣ ଛାଡିଯାଇଛି । ଏହି ଆସ୍ତରଣ ଛାଡିଥିବାରୁ ଫାଟ ଭଳି ଦିଶୁଛି ତାର ମରାମତି କରାଯିବ ବୋଲି ଅରୁଣ କହିଛନ୍ତି । ଲୁହାଭାରା ମାଡରେ ଭାଙ୍ଗି ଥିବା ସିଂହ ମୂର୍ତିର ପୁନଃଉଦ୍ଧାର କରାଯାଇଛି । ଭୋଗ ମଣ୍ଡପ, କଳସ ଓ ନମୁନା ମନ୍ଦିର ଭାଙ୍ଗିଥିଲା ତାର ମରାମତି ହୋଇଛି । ବାତ୍ୟାରେ କୋର୍ଣାକ ସୂର୍ଯ୍ୟ ମନ୍ଦିରର କିଛି କ୍ଷତି ହୋଇ ନଥିବା ବି କହିଲେ ବିଶେଷଜ୍ଞ । ମନ୍ଦିର ପରିସରରେ ୨ଶହ ଗଛ ଭାଙ୍ଗି ପଡିଥିବାରୁ ସବୁଜିମା ନଷ୍ଟ ହୋଇଛି ।