ନୂଆଦିଲ୍ଲୀ ସ୍ଥିତ ସରୋଜ ହସ୍ପିଟାଲର ୮୦ ଜଣ ଡାକ୍ତର ଏକାବେଳକେ କୋଭିଡ ପଜିଟିଭ

ନୂଆଦିଲ୍ଲୀ ସ୍ଥିତ ସରୋଜ ହସ୍ପିଟାଲର ୮୦ ଜଣ ଡାକ୍ତର ଏକାବେଳକେ କୋଭିଡ ପଜିଟିଭ

ନୂଆଦିଲ୍ଲୀ ସ୍ଥିତ ସରୋଜ ହସ୍ପିଟାଲର ୮୦ ଜଣ ଡାକ୍ତର ଏକାବେଳକେ କୋଭିଡ ପଜିଟିଭ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ସରୋଜ ହସ୍ପିଟାଲର ୮୦ ଜଣ ଡାକ୍ତର ଏକାବେଳକେ କୋଭିଡ ପଜିଟିଭ ବାହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ସେମାନଙ୍କ ଭିତରୁ ୧୨ ଜଣ ଉକ୍ତ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ନିଜଘରେ ସଙ୍ଗରୋଧରେ ରହିଛନ୍ତି । ଉକ୍ତ ହସ୍ପିଟାଲରେ କୋଭିଡ ପୀଡ଼ିତମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଏପରି ଅଧିକ ସଂଖ୍ୟକ ଡାକ୍ତର ଏକକାଳୀନ ସଂକ୍ରମିତ ହେବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି । ବହିଃଚିକିତ୍ସା ବିଭାଗ(ଓପିଡି)କୁ ବର୍ତ୍ତମାନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ନିକଟରେ, ଉକ୍ତ ଡାକ୍ତରଖାନାରେ ଦୀର୍ଘ ୨୭ ବର୍ଷ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ସର୍ଜନ ଡା.ଏକେ ରାୱତଙ୍କର କୋଭିଡରେ ପରଲୋକ ଘଟିଥିଲା । ସରୋଜ ହସ୍ପିଟାଲର ଏହି ସଦ୍ୟ ଘଟଣାକୁ ମିଶାଇ କିଛି ଦିନ ଭିତରେ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାର ପ୍ରାୟ ୩୦୦ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ।