ନୂଆବର୍ଷରେ ବଢ଼ିବ ଶୀତ

ନୂଆବର୍ଷରେ ବଢ଼ିବ ଶୀତ

ନୂଆବର୍ଷରେ ବଢ଼ିବ ଶୀତ
ଭୁବନେଶ୍ୱର : ରାଜ୍ୟରେ ଏବେ ଶୀତ ଟିକେ କମିଛି । କିନ୍ତୁ ୩୧ରୁ ପୁଣି ବଢ଼ିବ । ୩୧ ତାରିଖ ଠାରୁ ତାପମାତ୍ରା ଖସିବା ଆରମ୍ଭ କରିବ ଓ ସାରା ରାଜ୍ୟରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଫଳରେ ପୁଣି ଶୀତ ଫେରିବ । ରାଜ୍ୟରେ ପୁଣି ଶୀତ ଲହରୀ ଫେରିବା ଫଳରେ ବର୍ଷର ଶେଷ ଦିନ ସହ ନୂଆ ବର୍ଷର ପ୍ରଥମ ୨ ଦିନ ପ୍ରବଳ ଶୀତରେ ରାଜ୍ୟ ଥରିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିଦେ୍ର୍ଧଶକ ଏଚଆର ବିଶ୍ୱାସ । ଏଣୁ କେନ୍ଦ୍ର ପକ୍ଷରୁ ୩୧, ୧ ଓ ୨ ତାରିଖ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଶ୍ରୀ ବିଶ୍ୱାସ ସୂଚନା ଦେଇଛନ୍ତି ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ । ଅନ୍ୟପଟେ ୩୧ ତାରିଖ ସକାଳୁ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ଘଟିବ ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି ।