ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବେ ସୁଖଜିନ୍ଦର ରାନ୍ଧୱା

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବେ ସୁଖଜିନ୍ଦର ରାନ୍ଧୱା

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବେ ସୁଖଜିନ୍ଦର ରାନ୍ଧୱା

ଚଣ୍ଡୀଗଡ଼ : ପଞ୍ଜାବ ରାଜନୀତି ଏବେ ସରଗରମ ରହିଛି  । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ପରବର୍ତୀ ମୁଖ୍ୟମନ୍ତ୍ରୀ ଚୟନ ନେଇ ଅଙ୍କକଷା ଶେଷ ହୋଇଛି  । ବିଧାୟକ ଦଳ ବୈଠକରେ ସୁଖଜିନ୍ଦର ରାନ୍ଧୱାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତି ନିଆଯାଇଛି  । ଏନେଇ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରାଯାଇଥିବାବେଳେ ସୋନିଆ ଗାନ୍ଧୀ ହିଁ ଏସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରିବେ  ।

ଅମରିନ୍ଦରଙ୍କ ପରେ କିଏ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ? ଏହାକୁ ନେଇ ଗତକାଲି ଠାରୁ ତର୍ଜମା ଜାରି ରହିଥିଲା  । ପୂର୍ବତନ ପିସିସି ମୁଖ୍ୟ ସୁନୀଲ ଜାଖର ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଥିଲେ  । ଏପରିକି ବର୍ତମାନର ପିସିସି ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ନାମ ବି ରେସରେ ରହିଥିଲା  । ଏହି ଦୁଇ ନେତାଙ୍କ ବ୍ୟତୀତ ପୂର୍ବତନ ପିସିସି ମୁଖ୍ୟ ପ୍ରତାପ ବାଜୱା, କଂଗ୍ରେସ ସାଂସଦ ଅମ୍ବିକା ସୋନି, ସୁଖବିନ୍ଦର ସିଂ ସରକାରିଆ ଓ ତ୍ରିପତ ରାଜିନ୍ଦର ବାଜୱାଙ୍କ ନାମକୁ ନେଇ ବି ଚର୍ଚ୍ଚା ହେଉଥିଲା  । ତେବେ ସମସ୍ତଙ୍କୁ ପଛରେ ପକାଇ ରାନ୍ଧୱାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ନିଷ୍ପତି ନିଆଯାଇଛି  ।

ଅନ୍ୟ ଏକ ସୂତ୍ର ଅନୁଯାୟୀ, ଗତକାଲି କଂଗ୍ରେସ ବିଧାୟକମାନେ ସୋନିଆ ଗାନ୍ଧୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ୱ ଛାଡ଼ି ଦେଇଥିଲେ  । ତେଣୁ ସୋନିଆ ସମସ୍ତ ରାଜନୀତିକ ଦିଗକୁ ବିଚାରକୁ ନେଇ ସୁଖଜିନ୍ଦର ରାନ୍ଧୱାଙ୍କ ନାମ ପ୍ରସ୍ତାବ ଦେଇଥିଲେ  । ସୋନିଆଙ୍କ ପ୍ରସ୍ତାବ କ୍ରମେ ବିଧାୟକ ଦଳ ବୈଠକରେ ଏନେଇ ଆଲୋଚନା ହୋଇଥିଲା  । ସମସ୍ତ ବିଧାୟକ ହାଇକମାଣ୍ଡଙ୍କ ନିଷ୍ପତିକୁ ଶିରୋଧାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ  ।