ପଦ ଛାଡ଼ିଲେ ସାବା କରିମ

ପଦ ଛାଡ଼ିଲେ ସାବା କରିମ

ପଦ ଛାଡ଼ିଲେ ସାବା କରିମ
ମୁମ୍ବାଇ : ବିସିସିଆଇ ଜେନେରାଲ ମ୍ୟାନେଜର ପଦରୁ ଇସ୍ତଫା ଦେଇଛନ୍ତି ସାବା କରିମ । ସେ ନିଜ ପଦ ଛାଡ଼ିଥିବାବେଳେ ଖୁବଶୀଘ୍ର ଏନେଇ ଘୋଷଣା କରିବେ । ୨୦୧୭ ଡିସେମ୍ବରରେ କରିମ ବିସିସିଆଇ ପଦାଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେତେବେଳେ ବିସିସିଆଇର ସିଇଓ ଥିଲେ ରାହୁଲ ଜୋହରି । ନିକଟରେ ଜୋହରିଙ୍କ ଇସ୍ତଫାକୁ ବୋଡର଼୍ ଗ୍ରହଣ କରିଥିଲା । ତେବେ କରିମଙ୍କ ଇସ୍ତଫା ପରେ କାହାକୁ ସେଇ ଦାୟିତ୍ୱ ଦିଆଯିବ ସେନେଇ ତର୍ଜମା ଆରମ୍ଭ ହୋଇଛି । କରିମ କ୍ରିକେଟ ଅପରେସନର ଜିଏମ ଭାବେ ଗୁରୁ ଦାୟିତ୍ୱ ତୁଲାଉଥିଲେ । ଭାରତର ଏହି ପୂର୍ବତନ ଖେଳାଳୀଙ୍କୁ ପଦରୁ ଇସ୍ତଫା ଦେବା ପାଇଁ ବିସିସିଆଇ ପକ୍ଷରୁ କୁହାଯାଇଥିଲା ।