ପଦ୍ମପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଦ୍ମପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଦ୍ମପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ମଙ୍ଗଳବାରଠୁ ତିନିଦିନିଆ ପଦ୍ମପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ସେ ମାରାଥନ୍‌ ପ୍ରଚାର କରିବେ । ଶ୍ରୀ ପ୍ରଧାନ ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ତାରିଖରେ ପଦ୍ମପୁରର ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର କରିବେ । ଆସନ୍ତା ୩ ତାରିଖରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ସେ ଜଣାଇଛନ୍ତି ଯେ, ମଙ୍ଗଳବାର ମାଣ୍ଡୋସିଲ ଜନସଭାରୁ ଶ୍ରୀ ପ୍ରଧାନ ପ୍ରଚାର ଆରମ୍ଭ କରି ମିଠାପାଲି, ପାଇକମାଳ, ହୀରାପୁର, ନୂଆଗାଁ, ଝାରମୁଣ୍ଡାରେ ରୋଡ ସୋ ଓ ପଦଯାତ୍ରା କରିବେ । ଅପରାହ୍ନରେ ଭେଙ୍ଗରାଜପୁରରେ ଏକ ସାଧାରଣ ଜନସଭାକୁ ସମ୍ବୋଧିତ କରିବେ । ପରେ ମାଲଦା, ପଲସଦା ଓ ଖଇରାରେ ରୋଡ ସୋ ସହ ସନ୍ଧ୍ୟାରେ ବିଜାଡିହି ଜନସଭାରେ ପ୍ରଚାର କରିିବେ । ସେହିଭଳି ନଭେମ୍ବର ୩୦ ଓ ଡିସେମ୍ବର ୧ରେ ପଦ୍ମପୁର ନିର୍ବାଚନମଣ୍ଡଳୀର ଅନ୍ୟ ସ୍ଥାନରେ ଶ୍ରୀ ପ୍ରଧାନ ପ୍ରଚାର କରିବେ।