ପରକୀୟା ସମ୍ପର୍କ ପଡିଲା ମହଙ୍ଗା : ବାପକୁ ହତ୍ୟା କଲା ପୁଅ

ପରକୀୟା ସମ୍ପର୍କ ପଡିଲା ମହଙ୍ଗା : ବାପକୁ ହତ୍ୟା କଲା ପୁଅ

ପରକୀୟା ସମ୍ପର୍କ ପଡିଲା ମହଙ୍ଗା : ବାପକୁ ହତ୍ୟା କଲା ପୁଅ
ଅଲବର: ଜଣେ ପୁଅ ନିଜ ସ୍ତ୍ରୀ ସହିତ ପିତାର ଅବୈଧ ସମ୍ପର୍କ ଦେଖି ଏହାକୁ ସହ୍ୟ କରି ନ ପାରି ବାପାର ଜୀବନ ନେଇଛି ପୁଅ । ସ୍ତ୍ରୀ ସହିତ ବାପର ଏପରି ସମ୍ପର୍କକୁ ଦେଖି ମୁଣ୍ଡନ କରି ପିତାଙ୍କୁ ତର୍ପଣ ଦେବା ସହିତ ରାତିରେ ବାପାଙ୍କୁ ହତ୍ୟା କରି ଫେରାର୍ ହୋଇଥିଲା ପୁଅ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର ଅଲବର ଜିଲ୍ଲାରେ ଘଟିଛି । ଅଲବର ଜିଲ୍ଲାର ମୁଣ୍ଡାଓ୍ବାର ଥାନା ତିନରୁଡକୀ ଗ୍ରାମରେ ଏକ ଘରର ଛାତ ଉପରେ ଶୋଇଥିବା ୬୦ ବର୍ଷୀ ରାମସିଂହ ଯାଦବଙ୍କ ହତ୍ୟା ଘଟଣାର ପୋଲିସ୍ ପର୍ଦ୍ଦାଫାସ କରିଛି । ହତ୍ୟା ହେବାର ୪୮ ଘଣ୍ଟା ପରେ ପୋଲିସ୍ ଏହି ଘଟଣାର ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ଅଭିଯୁକ୍ତ ୩୨ବର୍ଷୀୟ ପ୍ରଦୀପ ଯାଦବଙ୍କୁ ଗିରଫ କରିଛି । ବୟସ୍କ ରାମ ସିଂହଙ୍କ ହତ୍ୟା ତାଙ୍କ ପୁତ୍ର ବିଜୁଳି ଖୁମ୍ବରେ ଲଗାଯାଉଥିବା ଡିସ୍କ ଜରିଆରେ କରିଛି । ମୃତକ ରାମସିଂହଙ୍କର ତାଙ୍କ ବୋହୂଙ୍କ ସହ ଅନୈତିକ ସମ୍ପର୍କ ରହିଥିବାର ଜାଣିବା ପରେ ପୁଅ ଏପରି କାମ କରିଛି । ଶଶୁର-ବୋହୂଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ପୁଅ ମୁଣ୍ଡନ କରିବାସହ ନିଜ ପିତାଙ୍କନାମରେ ତର୍ପଣ ମଧ୍ୟକ ରିଥିଲେ । ଏହା ପରେ ନିଜ ହାତରେ ବାପର ହତ୍ୟା କରିଛି । ଅଭୁଯୁକ୍ତ ପୁଅ ମଙ୍ଗଳବାର ଦିନ ବାପର ହତ୍ୟାର ଷଡଯନ୍ତ୍ର କରିଥିଲା । ସନ୍ଧ୍ୟାରେ କାହାକୁ କିଛି ନ କହି କୁଆଡେ ପଳାଇଥିବାବେଳ ରାତି ରେ ଆସି ଛାତ ଉପରେ ଶୋଇଥିବା ବାପାଙ୍କୁ ବିଜୁଳି ଖୁଣ୍ଟରେ ଲାଗୁଥିବା ଡିସ୍କରେ ଆକ୍ରମଣ କରି ହତ୍ୟା କରିଥିଲ । ସକାଳୁ ସକାଳୁ ରାମ ସିଂହଙ୍କ ମୃତଦେହ ଲହୁଲୁହାଣ ଅବସ୍ଥାରେ ପଡିଥିବାର ଦେଖି ପୋଲିସ୍ ସୂଚନା ଦିଆଯାଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭକରିଥିଲା । ମୃତକଙ୍କ ପୁଅ ଘରୁ ଫେରାର୍ ରହିଥିବାବେଳେ ପଡୋଶୀଙ୍କଠାରୁ ଶ୍ବଶୁର ବୋହୂଙ୍କ ଅନୈତିକ ସମ୍ପର୍କକୁ ନେଇ ଅନେକ ସମୟରେ ଝଗଡା ହୋଇଥିବାର ମିଳିଥିଲା । ଏହା ପରେ ପୋଲିସ୍ ପୁଅ ଉପରେ ସନ୍ଦେହ କରିଥିଲେ । ମୋବାଇଲ୍ ଲୋକେସନ୍ ଆଧାରରେ ପୁଅକୁ ଖୋଜାଖୋଜି କରିବା ପରେ ପୁଅକୁ ଧରିପକାଇଥଲା ପୋଲିସ୍ । ଏହାପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା।