ପରୀ ହତ୍ୟା ମାମଲା: ୩ ଜଣଙ୍କୁ ଉଠାଇନେଲା ଏସଆଇଟି

ପରୀ ହତ୍ୟା ମାମଲା: ୩ ଜଣଙ୍କୁ ଉଠାଇନେଲା ଏସଆଇଟି

ପରୀ ହତ୍ୟା ମାମଲା: ୩ ଜଣଙ୍କୁ ଉଠାଇନେଲା ଏସଆଇଟି
ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ଏସଆଇଟି ଏହାର ତଦନ୍ତ କରୁଛି । ପରୀର ଗାଁ ଯଦୁପୁରରୁ ୩ ଜଣଙ୍କୁ ଉଠାଇନେଲା ଏସଆଇଟି । ନୟାଗଡ ସଦର ଥାନା ଯଦୁପୁର ଗାଁରୁ ଏସଆଇଟି ଉଠାଇ ନେଇଥିବା ଜଣାପଡିଛି । ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନିଆଯାଇଛି । ଏସଆଇଟି ମୁଖ୍ୟଙ୍କ ନାଁରେ ସରୋଜ ସେଠୀ ୫ ଲକ୍ଷ ଯାଚିକା ଅଭିଯୋଗ ଆଣିଥିଲେ । ସୂଚନାଯୋଗ୍ୟ ଯେ, ନୟାଗଡ଼ର ‘ପରୀ’ ହତ୍ୟା ଘଟଣାରେ ବୁଧବାର ଏସଆଇଟି ପକ୍ଷରୁ ଷ୍ଟାଟସ ରିପୋର୍ଟ ଦିଆଯାଇଛି । ତଦନ୍ତର ଅଗ୍ରଗତି ନେଇ ଏହି ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ଏକ ବନ୍ଦ ଲଫାପାରେ ସତ୍ୟପାଠ ଦାଖଲ କରାଯାଇଛି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୪ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି ।