ପାଇକମାଳ ବ୍ଲକରେ କ୍ଷମତା ଏକ୍ସପ୍ରେସ ରଥର ଶୁଭ ଉଦଘାଟନ

ପାଇକମାଳ ବ୍ଲକରେ କ୍ଷମତା ଏକ୍ସପ୍ରେସ ରଥର ଶୁଭ ଉଦଘାଟନ

ପାଇକମାଳ ବ୍ଲକରେ କ୍ଷମତା ଏକ୍ସପ୍ରେସ ରଥର ଶୁଭ ଉଦଘାଟନ
ପଦ୍ମପୁର(ନିରଂଜନ ତ୍ରିପାଠି) - ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପାଇକମାଲ ରେ କ୍ଷମତା ଏକ୍ସପ୍ରେସ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜନସଚେତନତା ପାଇଁ ପରିକ୍ରମା କରୁଥିବା କ୍ଷମତା ଏକ୍ସପ୍ରେସ ସୋମବାର ପାଇକମାଳ ବ୍ଲକରେ ପହଞ୍ଚିଛି । ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ତପେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି କ୍ଷମତା ଏକ୍ସପ୍ରେସକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଏକ୍ସପ୍ରେସ ପାଇକମାଳ ପଞ୍ଚାୟତ ସମିତି ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତରେ ଜନ ସଚେତନତା ସୃଷ୍ଟି କରିବା ସହିତ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ମିଳୁଥିବା ସୁବିଧା ସୁଯୋଗ ଉପରେ ଜନ ସାଧାରଣଙ୍କୁ ଅବଗତ କରାଇବ। ଭିନ୍ନକ୍ଷମ ଚିହ୍ନଟ, ଦୃଷ୍ଟି ଶକ୍ତି ପରିକ୍ଷଣ ଓ ନିରୁପଣ, ଭିନ୍ନକ୍ଷମ, ବୟସ୍କ କିନ୍ନର ମାନଙ୍କ ପାଇଁ ପରାମର୍ଶ ସେବା ଫଜିଓ ଥେସାପି ସେବା ପ୍ରଦାନ, ବୟସ୍କ ଏବଂ ଅକର୍ମଣ୍ୟ ବ୍ୟକ୍ତିଙ୍କ ଭତ୍ତା ସମ୍ବନ୍ଧୀୟ ପଞ୍ଜୀକରଣ ଓ ପରାମର୍ଶ ପ୍ରଭୃତି ବିଷୟରେ ଲୋକ ମାନଙ୍କୁ ଅବଗତ କରାଇବେ। ଜିଲ୍ଲା ପ୍ରଶାସନ ତତ୍ବାବଧାନରେ ଆୟୋଜିତ ଏହି କାର୍ୟ୍ୟକ୍ରମକୁ ଉଦ୍ରକର ସ୍ବେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର ଫର ରିହାବ୍ମିଟେସନ ସର୍ଭିସେସ ଏଣ୍ଡ ରିସର୍ଚ୍ଚ ଦ୍ବାରା ଜନ ସଚେତନତା ସୃଷ୍ଟି କରାଯାଉଛି। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବ କିଶୋର ସାହୁ, ବିଡ଼ିଓ ସଦାଶିବ ନାୟକ,ଏ ବିଡିଓ ପ୍ରଦିପ ଭୋଇ , ବ୍କକ ସାମାଜିକ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠିଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏହାପରେ ଉକ୍ତ କ୍ଷମତା ଏକ୍ସପ୍ରେସ ମଂଗଳବାର ପାଇକମାଳ ବ୍ଲକ ଚଦ୍ଦାପାଲି ପଞ୍ଚାୟତ ପରିକ୍ରମା କରିବା କାର୍ୟ୍ୟକ୍ରମ ରହିଛି।