ପାକିସ୍ତାନ ଠାରୁ ସ୍ୱାଧୀନତା ଚାହୁଁଛି ପିଓକେ

ପାକିସ୍ତାନ ଠାରୁ ସ୍ୱାଧୀନତା ଚାହୁଁଛି ପିଓକେ

ପାକିସ୍ତାନ ଠାରୁ ସ୍ୱାଧୀନତା ଚାହୁଁଛି ପିଓକେ
ପାକ୍ ଅଧିକୃତ କାଶ୍ମୀର ସରକାରଙ୍କ ଜନସମ୍ପର୍କ ନିଦେ୍ର୍ଧଶାଳୟର ୱେବସାଇଟରେ ଦିଆଯାଇଥିବା କିଛି ତଥ୍ୟ ଯୋଗୁଁ ଏବେ ପାକିସ୍ତାନ ସରକାର ଓ ସେନା ବଡ଼ ଅକଳରେ ପଡ଼ିଛନ୍ତି । ଏହି ୱେବସାଇଟରେ ଉଲ୍ଲେଖ କରାଯାଇଛି କି ପିଓକେର ଲୋକେ ପାକିସ୍ତାନ ଠାରୁ ସ୍ୱାଧୀନତା ଚାହାନ୍ତି । ପାକ୍ ସେନା ଓ ପୁଲିସ ଏହି ଅଞ୍ଚଳର ଲୋକଙ୍କ ଉପରେ ବ୍ୟାପକ ମାତ୍ରାରେ ଅତ୍ୟାଚାର ଚଳାଇଛନ୍ତି ଏବଂ ଆତଙ୍କବାଦର ପ୍ରସାର କରାଉଛନ୍ତି । ଗତ ୭୦ ବର୍ଷ ହେଲା ପାକ୍ ସରକାର ପିଓକେବାସୀଙ୍କ ସହିତ ଯେପରି ପକ୍ଷପାତ କରୁଛନ୍ତି ଏବଂ ଏଠାରେ ଯେପରି କୁଶାସନ ଚଳାଇଛନ୍ତି, ଆମେ ତାହାର ନିନ୍ଦା କରୁଛୁ । ଏହି ୱେବସାଇଟରେ ଏହା ମଧ୍ୟ କୁହାଯାଇଛି କି ଗତ ବର୍ଷ ଫେବୃୟାରୀ ମାସରେ ଭାରତୀୟ ବାୟୁସେନାର ଆକ୍ରମଣ ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧ ବିମାନର ନିହତ ପାଇଲଟଙ୍କ ପରିବାରକୁ ସମବେଦନା ଜ୍ଞାପନ କରୁଛୁ । ଆମେ ବିଶ୍ୱାସ କରୁଛୁ ଯେ ଏହି ସତ୍ୟ ଖୁବ୍ ଶୀଘ୍ର ଲୋକଲୋଚନକୁ ଆସିବ ।