ପାକିସ୍ତାନର ସ୍ଥିତି ସଙ୍ଗୀନ : ଇନ୍ଧନର ଅଭାବ
ପାକିସ୍ତାନର ସ୍ଥିତି ସଙ୍ଗୀନ : ଇନ୍ଧନର ଅଭାବ
ପାକିସ୍ତାନ : ପାକିସ୍ତାନର ଅର୍ଥିକ ମେରୁଦଣ୍ଡ ଭୁଶୁଡି ପଡିଛି । ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବିମାନ ଏବଂ ହେଲିକପ୍ଟର ପାଇଁ ଜେଟ୍ ଇନ୍ଧନର ଅଭାବ ଦେଖାଯାଇଛି । ଏଥିପାଇଁ ପାକିସ୍ତାନକୁ ବିମାନ ଉଡାଣ ବନ୍ଦ କରିବାକୁ ପଡିବ । ପାକିସ୍ତାନର ଏଡି ଏୟାର ଆମ୍ବୁଲାନ୍ସ ସମେତ ଅନେକ କମ୍ପାନୀ ମଧ୍ୟ କାର୍ଯ୍ୟ ବନ୍ଦ କରିଦେଇଛନ୍ତି । ଏନେଇ ସ୍କାଏ ୱିଙ୍ଗ ଆଭିଏସନ ଏକ ବିବୃତ୍ତି ଜାରି କରିଛି । ସ୍କାଏ ୱିଙ୍ଗ୍ ଆଭିଏସନ କମ୍ପାନୀ ପାଇଲଟମାନଙ୍କୁ ତାଲିମ ଦେବାରେ ନିୟୋଜିତ ।
ସେ କହିଛନ୍ତି ଯେ ଯଦି ଏଡି ଏୟାର ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯାଏ ତେବେ ଗୁରୁତର ଅସୁସ୍ଥ ରୋଗୀଙ୍କ ଜୀବନ ବଞ୍ଚାଇବା କାର୍ଯ୍ୟ ସ୍ଥଗିତ ରହିବ । ସେ ଦାବି କରିଛନ୍ତି ଯେ ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ଜେଟ ଇନ୍ଧନ ପାଇଁ କ୍ରେଡିଟ ପତ୍ର ଦେବାକୁ ମନା କରିଦେଇଛି । ଡିସେମ୍ବର ୨୦୨୨ ଠାରୁ ଏହି ଇନ୍ଧନ କରାଚି ବନ୍ଦରରେ ଅଟକି ରହିଛି । ଏହି ଜେଟ୍ ଇନ୍ଧନ ପାଇବା ପାଇଁ ଏହି କମ୍ପାନୀକୁ ୨୩ ହଜାର ଡଲାର ଦେବାକୁ ପଡିବ ଏବଂ ଏହାର ପରିମାଣ ଏକ ବ୍ୟାଙ୍କରେ ଜମା ହୋଇସାରିଛି ।