ପୁଣି ଖରାପ ଆଡକୁ ଗତି କରିଛି ନିଯୁକ୍ତି ସ୍ଥିତି

ପୁଣି ଖରାପ ଆଡକୁ ଗତି କରିଛି ନିଯୁକ୍ତି ସ୍ଥିତି

ପୁଣି ଖରାପ ଆଡକୁ ଗତି କରିଛି ନିଯୁକ୍ତି ସ୍ଥିତି
ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ସ୍ଥିତି ପୁଣି ଖରାପ ଆଡକୁ ଗତି କରିଛି । ଲକଡାଉନ ଘୋଷଣା ହେବା ପରେ ଅତ୍ୟନ୍ତ ଖରାପ ଅବସ୍ଥାକୁ ଚାଲିଯାଇଥିବା ନିଯୁକ୍ତି କ୍ଷେତ୍ରରେ ଧୀରେ ଧୀରେ ସୁଧାର ହେଉଥିଲା । କିନ୍ତୁ ନଭେମ୍ବରରେ ପୁଣି ସ୍ଥିତି ବିଗିଡି ଯାଇଛି । ଏହି ମାସରେ ପ୍ରାୟ ୩୫ ଲକ୍ଷ ଲୋକ ବେକାର ହୋଇଛନ୍ତି ବୋଲି ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ) ପକ୍ଷରୁ କୁହାଯାଇଛି । ଗତ ଅକ୍ଟୋବରରେ ୫୦ ହଜାର ଲୋକ ଚାକିରି ହରାଇଥିଲେ । ସିଏମଆଇର କଞ୍ଜୁମର୍ସ ପିରାମିଡର ହାଉସ ହୋଲଡ ସର୍ଭେ ଅନୁଯାୟୀ ନଭେମ୍ବରରେ ନିଯୁକ୍ତିରେ ସକି୍ରୟ ଥିବା ଲୋକଙ୍କ ସଂଖ୍ୟା ୩୯.୯୬ କୋଟି ଲୋକ ନିଯୁକ୍ତି କ୍ଷେତ୍ରରେ ସକି୍ରୟ ଥିଲେ । ଚଳିତ ବର୍ଷ ଲକଡାଉନ ଘୋଷଣା ହେବା ପରେ ପ୍ରାୟ ୧୨ କୋଟି ଲୋକ ଚାକିରି ହରାଇଥିଲେ । କିନ୍ତୁ ଜୁଲାଇ ପରଠାରୁ ସ୍ଥିତିରେ ସୁଧାର ହୋଇଥିଲା ଓ ସେହି ଧାରା ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିଥିଲା । ଅକ୍ଟୋବର ପରଠାରୁ ସ୍ଥିତି ପୁଣି ଖରାପ ହୋଇଛି । ଅକ୍ଟୋବର ଓ ନଭେମ୍ବରରେ ଲୋକମାନେ ଚାକିରି ହରାଇଛନ୍ତି । ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ନିଯୁକ୍ତି ହାର ୩୭.୫% ଥିବା ବେଳେ ବେକାରି ହାର ୯.୫% ରହିଛି । ଗତ ବର୍ଷ ଡିସେମ୍ବର ବେଳକୁ ୪୦.୫ କୋଟି ଲୋକ ନିଯୁକ୍ତି କ୍ଷେତ୍ରରେ ସକି୍ରୟ ଥିଲେ । ଚଳିତ ବର୍ଷ ସେମାନଙ୍କ ସଂଖ୍ୟା ଅତି ବେଶୀରେ ୩୯.୫ କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।