ପୁଣି ଲଜ୍ଜା : କଟକର ନାବାଳିକାଙ୍କୁ ନୟାଗଡ଼ ନେଇ ଦୁଷ୍କର୍ମ

ପୁଣି ଲଜ୍ଜା : କଟକର ନାବାଳିକାଙ୍କୁ ନୟାଗଡ଼ ନେଇ ଦୁଷ୍କର୍ମ

ପୁଣି ଲଜ୍ଜା : କଟକର ନାବାଳିକାଙ୍କୁ ନୟାଗଡ଼ ନେଇ ଦୁଷ୍କର୍ମ
କଟକ: କଟକର ଗତିରାଉତ ଘଟଣାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ହଟଚମଟ ଚାଲିଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । କଟକର ପୁରୀଘାଟ ଥାନା ଅନ୍ତର୍ଗତ ନୟାସଡ଼କ ଅଞ୍ଚଳରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଯୁବକ ଅପହରଣ କରିନେଇ ନୟାଗଡ଼ରେ ରଖିବା ସହ ସେଠାରେ ତା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁରୀଘାଟ ଥାନା ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ରାହୁଲ ଦାସଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳର ରାହୁଲ ଦାସ ନୟାସଡ଼କ ଅଞ୍ଚଳରେ ଏକ ଡାଲି ଚାଉଳ ଦୋକାନରେ କାମ କରେ । ସେଠି ରହିବା ଭିତରେ ସମ୍ପୃକ୍ତ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଯୋଡ଼ିଥିଲା । କନ୍ଦରପୁର ଅଞ୍ଚଳରେ ଏହି ନାବାଳିକା ମାମୁଘର ନୟାସଡ଼କରେ ରହୁଥିଲେ । ଗଲା ଏକ ବର୍ଷ ହେବ ରାହୁଏ ସମ୍ପର୍କ ଯୋଡ଼ିଥିଲା ବେଳେ ଗଲା ସେପ୍ଟେମ୍ବର ୧୪ରେ ନାବାଳିକାକୁ ଖଣ୍ଡପଡ଼ା ନେଇଯାଇଥିଲା । ସେଠାରେ ତାକୁ ରଖିବା ସହିତ ଦୁଷ୍କର୍ମ କରିଥିଲା । ପରିବାର ଲେେକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ନାବାଳିକାର ପତ୍ତା ପାଉନଥିବାରୁ ପୁରୀ ଘାଟ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ନୟାଗଡ଼ରୁ ନାବାଳିକାକୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ରାହୁଲକୁ ଗିରଫ କରିଥିବା ଥାନା ଆଇଆଇସି ରଶ୍ମି ରଞ୍ଜନ ସାହୁ ସୂଚନା ଦେଇଛନ୍ତି ।