ପୁଲିସକୁ ନିସ୍ତୁକ ମାଡ଼, ୩ ଆହତ

ପୁଲିସକୁ ନିସ୍ତୁକ ମାଡ଼, ୩ ଆହତ

ପୁଲିସକୁ ନିସ୍ତୁକ ମାଡ଼, ୩ ଆହତ
ବଅଁରପାଳ: ତେଲ ଚୋର ଧରିବାକୁ ପୁଲିସ ନାକେଦମ ହୋଇଛି । ସାଦା ପୋଷାକରେ ଯାଇଥିବା ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ବଅଁରପାଳ ଥାନାର କିଛି ଅଧିକାରୀ ଓ କର୍ମଚାରୀଙ୍କ ଉପରେ ହୋଇଛି ନିସ୍ତୁକ ମାଡ଼ । ପିଲା ଚୋର ସନେ୍ଦହରେ ଆମନା ଓ ସଂଜପଡ଼ା ଗ୍ରାମବାସୀ ସନ୍ଧ୍ୟାରେ ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଲୋକଙ୍କ ପଥର ଓ କାଚ ବୋତଲ ମାଡ଼ରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ପାରାଦୀପ ଆଇଓସିଏଲରୁ ପାଇପ ଯୋଗେ ସମ୍ବଲପୁରକୁ ତେଲ ଯୋଗାଣ କରାଯାଉଛି । ଗତ ୪ ତାରିଖରେ ବଉଳିଗଡ଼ ଜଙ୍ଗଲ ନିକଟରେ ଯାଇଥିବା ପାଇପ ଲାଇନରୁ ୫ ଟ୍ୟାଙ୍କର ତେଲ ଚୋରି ହୋଇଥିବା ବିଭାଗ ପକ୍ଷରୁ ସୂଚନା ପାଇବା ପରେ ସୁରକ୍ଷା କର୍ମୀ ବଉଳିଗଡ଼ ଜଙ୍ଗଲ ପାଇପ ଲାଇନ ନିକଟରେ ବୁଲାବୁଲି କରୁଥିବା କିଛି ଯୁବକଙ୍କ ସମ୍ପର୍କରେ ଅନୁଗୁଳ ଏସପିଙ୍କୁ ଜଣାଇଥିଲେ । ଚୋରଙ୍କୁ ଧରିବା ପାଇଁ ବଅଁରପାଳ ପୁଲିସକୁ ଏସପି ନିଦେ୍ର୍ଧଶ ଦେଇଥିଲେ । ପୁଲିସ କର୍ମଚାରୀ ସାଦା ପୋଷାକରେ ଥାଇ ଚଢ଼ଉ କରିବା ପାଇଁ ଯାଇଥିବା ସମୟରେ ଆମନା ଗ୍ରାମ ଛକ ନିକଟରେ ଗ୍ରାମବାସୀମାନେ ସେମାନଙ୍କ ନମ୍ବରବିହୀନ ଗାଡ଼ିକୁ ଛାଡ଼ି ନଥିଲେ । ପିଲା ଚୋର ସନେ୍ଦହରେ ଗାଡ଼ିକୁ ଅଟକ ରଖି ଆକ୍ରମଣ କରିଥିଲେ ।