କଂଗ୍ରେସର ‘ଜଏନ କଂଗ୍ରେସ ସୋସିଆଲ ମିଡିଆ’ ଅଭିଯାନ ଆରମ୍ଭ

କଂଗ୍ରେସର ‘ଜଏନ କଂଗ୍ରେସ ସୋସିଆଲ ମିଡିଆ’ ଅଭିଯାନ ଆରମ୍ଭ

କଂଗ୍ରେସର ‘ଜଏନ କଂଗ୍ରେସ ସୋସିଆଲ ମିଡିଆ’ ଅଭିଯାନ ଆରମ୍ଭ
ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ସୋମବାର ‘ଜଏନ କଂଗ୍ରେସ ସୋସିଆଲ ମିଡିଆ’ ଅଭିଯାନ ଆରମ୍ଭ କରାଯାଇଛି । ୫ ଲକ୍ଷ ଅନଲାଇନ ‘ଯୋଦ୍ଧା’ ହାସଲ ପାଇଁ କଂଗ୍ରେସ ଏହି ଅଭିଯାନରେ ଲକ୍ଷ୍ୟ ରଖିଛି । ଏହି ଯୋଦ୍ଧାମାନେ ଘୃଣାକୁ ଜବାବ ଦେବା ସହ ଭାରତର ବିଚାରାଧାରକୁ ସୁରକ୍ଷା ଯୋଗାଇବେ ବୋଲି ଦଳର ନେତା ରାହୁଲ ଗାନ୍ଧି କହିଛନ୍ତି । ଏକ ଭିଡିଓ ବାର୍ତ୍ତାରେ ରାହୁଲ କହିଛନ୍ତି, ଦେଶ ପାଇଁ ଅହିଂସା ଯୋଦ୍ଧାର ଦରକାର, ଯେଉଁମାନେ ସତ୍ୟ, ସହାନୁଭୂତି ଓ ଏକତା ପାଇଁ ଲଢ଼ିବେ । ଏଆଇସିସି ସୋସିଆଲ ମିଡିଆ ମୁଖ୍ୟ ରୋହାନ ଗୁପ୍ତା ଓ ଦଳୀୟ ମୁଖପାତ୍ର ପୱାନ ଖେରାଙ୍କ ଉପସ୍ଥିତିରେ ଏଆଇସିସିର ପୱନ କୁମାର ବନସଲ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଏହି ଭିଡିଓରେ ରାହୁଲ କହିଛନ୍ତି, ଦେଶରେ ଯାହା ଘଟୁଛି, ତାହା ନେଇ ଯୁବପିଢ଼ି ଭଲ ଭାବେ ଜାଣିପାରୁଥିବେ । ଆପଣଙ୍କ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଘଟୁଥିବା ଉପôୀଡନକୁ ଆପଣମାନେ ସ୍ପଷ୍ଟ ଦେଖିପାରୁଥିବେ । ଭାରତୀୟ ବିଚାରାଧାରା ଉପରେ ହେଉଥିବା ଆକ୍ରମଣକୁ ମଧ୍ୟ ଦେଖିପାରୁଥିବେ । ଦିଲ୍ଲୀ ସୀମା ଅଞ୍ଚଳରେ ଚାଷୀଙ୍କ ପ୍ରତି ଯାହା କରାଯାଉଛି, ତାହା ଆପଣମାନେ ଦେଖୁଥିବେ । ହଜାର ହଜାର ଲୋକ ଦେଶରେ ଘୃଣା ଓ କ୍ରୋଧ ବ୍ୟାପିବାରେ ସହାୟକ ହେଉଛନ୍ତି । ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ଦିଆଯାଉଛି ।