ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

କଟକ: ସୋମବାର କେବଳ ଶିକ୍ଷକମାନଙ୍କ ପାଇଁ ହୋଇଥିବା ସ୍ୱତନ୍ତ୍ର ଓଟିଇଟି ଫଳ ପ୍ରକାଶ ପାଇଛି । ପରୀକ୍ଷାର ପାସ୍‌ ହାର ରହିଛି ୪୯.୮୪ ପ୍ରତିଶତ । ଅର୍ଥାତ୍‌ ସ୍ପେସାଲ୍‌ ଓଟିଇଟିରେ ଅଧାରୁ ଅଧିକ ଶିକ୍ଷକ ଫେଲ୍‌ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବସାଇଟ୍‌ରେ ସୋମବାର ପରୀକ୍ଷା ଫଳ ଅପଲୋଡ୍‌ କରାଯାଇଛି । ପରୀକ୍ଷା ଦେଇଥିବା ଶିକ୍ଷକମାନେ ନିଜ ରୋଲ୍‌ ନମ୍ବର ଅନୁସାରେ ପରୀକ୍ଷାଫଳ ଓ ମାର୍କସିଟ୍‌ ପାଇପାରିବେ ।

ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପରୀକ୍ଷା ଦେବା ଲାଗି ଦୁଇଟି ଯାକ ପେପରରେ ମୋଟ୍‌ ୩୨ ହଜାର ୪୪୮ ଶିକ୍ଷକ ଫର୍ମପୂରଣ କରିଥିଲେ । ତେବେ ସେଥିମଧ୍ୟରୁ ୯୫୬ ଜଣ ଅନୁପସ୍ଥିତ ରହିଥିଲେ । ପରୀକ୍ଷା ଦେଇଥିବା ୩୧ ହଜାର ୪୯୨ ଜଣ ଶିକ୍ଷକଙ୍କ ମଧ୍ୟରୁ ମାତ୍ର ୧୬ ହଜାର ୧୭୧ ଜଣ ପାସ କରିଛନ୍ତି । ଏଥିରେ ପ୍ରଥମ ପେପରରେ ୧୧ ହଜାର ୯୫୫ ଜଣ ଶିକ୍ଷକ ଓ ପେପର୍‌-୨ରେ ୪ ହଜାର ୨୧୬ ଜଣ ପାସ୍‌ ହୋଇଛନ୍ତି । ତେବେ ଦୁଇଟି ଯାକ ପେପର ମିଶି ରାଜ୍ୟରେ ସ୍ପେସାଲ୍‌ ଓଟିଇଟିର ପାସ ହାର ୪୯.୮୪ ହୋଇଛି ।

ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)ରେ ବାରମ୍ବାର ଫେଲ୍‌ ହେଉଥିବା ଶିକ୍ଷକମାନଙ୍କ ଲାଗି ଗତ ଅଗଷ୍ଟ ୨୯ରେ ବୋର୍ଡ ପକ୍ଷରୁ ଏକ ସ୍ପେସାଲ୍‌ ଓଟିଇଟି କରାଯାଇଥିଲା।