ଆଜିଠୁ କମ୍‌ ହେବ ଶୀତ

ଆଜିଠୁ କମ୍‌ ହେବ ଶୀତ

ଆଜିଠୁ କମ୍‌ ହେବ ଶୀତ

ଭୁବନେଶ୍ୱର : ରାଜ୍ୟରେ ଏବେ ପ୍ରବଳ ଜାଡ ଲାଗି ରହିଥିବାବେଳେ  ଆସନ୍ତାକାଲିଠୁ ଶୀତା କମିବ । ୩ଦିନରେ ପାଖାପାଖି ୩ରୁ ୪ଡିଗ୍ରୀ ଯାଏ ବଢିବ ପାରଦ । ଫଳରେ ରାଜ୍ୟ ପ୍ରବଳ ଜାଡରୁ ମୁକ୍ତି ପାଇବ । ଆଜି ସେମିଳିଗୁଡାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରେ୩.୭ଡିଗ୍ରି ରେକର୍ଡ ହୋଇଛି । ଏଥିସହ ୧୪ସହରର ତାପମାତ୍ରା ୧୦ଡିଗ୍ରି ତଳକୁ ରହିଥିଲା।

କିରେଇରେ ରାତି ତାପମାତ୍ରା ୪.୩ଡିଗ୍ରି, ଫୁଲବାଣୀରେ ୪.୯ଡିଗ୍ରି, ଜି. ଉଦୟଗିରିଠାରେ ୫ଡିଗ୍ରି, କୋରାପୁଟରେ ୬.୫ଡିଗ୍ରି, ସୁନ୍ଦରଗଡରେ ୭ଡିଗ୍ରି, ଭବାନୀପାଟଣା, ଦାରିଂବାଡି ଓ ଢେଙ୍କାନାଳରେ ୭.୫ଡିଗ୍ରି, ଝାରସୁଗୁଡାରେ ୭.୮ ଡିଗ୍ରି, କେନ୍ଦୁଝରଗଡରେ ୮.୪ଡିଗ୍ରି, ବଲାଙ୍ଗୀରରେ ୮.୮ଡିଗ୍ରି, ସୋନପୁରରେ ୯.୧ଡିଗ୍ରି ଓ ମହିଷାପାଟରେ ୯.୮ଡିଗ୍ରି ରେକର୍ଡ କରାଯାଇଛି । ଆସନ୍ତାକାଲିଠୁ ଶୀତର ପ୍ରକୋପ କମିବ । ଶୀତ ପ୍ରକୋପ କମିବା ସହ କିଛି କିଛି ସ୍ଥାନରେ କୁହୁଡି ଦେଖିବାକୁ ମିଳିବ। ଭୁବନେଶ୍ୱର ଓ ଆଖପାଖ ଅଂଚଳରେ ଆକାଶ ସଂପୂର୍ଣ୍ଣ ନିର୍ମଳ ଓ ପାଗ ଖରାଟିଆ ରହିବ । ଦିନରେ ସର୍ବୋଚ୍ଚ ତାପମାତ୍ରା ୨୯ଡିଗ୍ରି ଓ ସର୍ବନିମ୍ନ ୧୩ଡିଗ୍ରି ରହିବ ।