ପ୍ରକାଶ ପାଇଲା +୨ ରେଜଲ୍ଟ

ପ୍ରକାଶ ପାଇଲା +୨ ରେଜଲ୍ଟ

ପ୍ରକାଶ ପାଇଲା +୨ ରେଜଲ୍ଟ
ଭୁବନେଶ୍ୱର: ପ୍ରକାଶ ପାଇଲା +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳା । ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ପରୀକ୍ଷା ଫଳ ଉନ୍ମୋଚନ କରିଛନ୍ତି । କଳା ପାସ ହାର ୬୫.୮୯ ପ୍ରତିଶତ ଥିବାବେଳେ ବାଣିଜ୍ୟରେ ପାସ ହାର ୭୦.୨୬ ପ୍ରତିଶତ ରହିଛି । ସେହିପରି ଧନ୍ଦାମୂଳକ ଶିକ୍ଷାରେ ପାସ ହାର ୭୦.୨୬ ପ୍ରତିଶତ ରହିଛି । ବାଣିଜ୍ୟରେ ୨୬ ହଜାର ୭୯୪ ଜଣ ପିଲା ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ୧୮ ହଜାର ୮୨୬ ଜଣ ପାସ ହୋଇଛନ୍ତି । ବାଣିଜ୍ୟରେ ୫ ହଜାର ୬୨୯ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । କଳାରେ ୨ ଲକ୍ଷ ୩୧ ହଜାର ୧୫୦ ଜଣ ପିଲା ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୧ଲକ୍ଷ ୯୨ ହଜାର ୩୨୩ ଜଣ ପାସ ହୋଇଛନ୍ତି । କଳାରେ ୧୮ ହଜାର ୭୭୩ ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୭୫.୬୭ ପିଲା ପାସ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୪୭.୪୬ ପିଲା ପାସ କରିଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ପୁଅଙ୍କ ପାସ ହାର-୪୭.୯୨ ପ୍ରତିଶତ ରହିଥିବାବେଳେ ଝିଅଙ୍କ ପାସ ହାର ୫୫.୮୬ ପ୍ରତିଶତ ରହିଛି । ଜୁଲାଇ ୭ରୁ ନିଜ ନିଜ କଲେଜରେ ମାର୍କସିଟ୍ ମିଳିବ । ଜୁନ ୨୪ରୁ ୧୫ ଦିନ ଯାଏ ରିଚେକିଂ ପାଇଁ ଆବେଦନ କରି ପାରିବେ । ଗତ ବର୍ଷ ତୁଳନାରେ +୨ କଳା ଓ ବାଣିଜ୍ୟ ପାସ ହାର କମିଛି । କଳାରେ ୨ଟି ଓ ବାଣିଜ୍ୟରେ ୪ଟି କଲେଜର ପରୀକ୍ଷା ଫଳ ଶୂନ ରହିଛି । କଳାରେ ୪ଟି ଓ ବାଣିଜ୍ୟରେ ୨୫ଟି କଲେଜରେ ୧୦୦ ପ୍ରତିଶତ ପାସ ହାର ରହିଛି ।