ପ୍ରତାପ ଜେନା ପାଇବେ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର
ପ୍ରତାପ ଜେନା ପାଇବେ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର
admin
Nov 9, 2019 - 09:03
Updated: Nov 9, 2019 - 09:03
ଭୁବନେଶ୍ୱର: ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନମନ୍ତ୍ରୀ ପ୍ରତାପ ଜେନା ଚଳିତ ବର୍ଷର ଫେମ ଇଣ୍ଡିଆ ପକ୍ଷରୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ନଭେମ୍ବର ୯ (ଶନିବାର) ରେ ଶ୍ରୀ ଜେନା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ପୁରସ୍କାର ଗ୍ରହଣ କରିବେ । ‘ଫେମ ଇଣ୍ଡିଆ’ ପକ୍ଷରୁ ମନ୍ତ୍ରୀମାନଙ୍କ ବିଭିନ୍ନ କାର୍ଯ୍ୟର ଆକଳନ ସହ ସରକାରୀ ଯୋଜନା ଗୁଡ଼ିକୁ ଠିକଣା ବାଟରେ ନେବା, ଦାୟିତ୍ୱ ସମ୍ପନ୍ନ ହୋଇ କାର୍ଯ୍ୟ କରିବା ଓ ସର୍ବୋପରି ଦୁର୍ନୀତି ଠାରୁ ଦୂରେଇ ରହିବା ପରି ଦିଗକୁ ଆକଳନ କରିବା ପରେ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ । ‘ଫେମ୍ ଇଣ୍ଡିଆ’ ପତି୍ରକା ପକ୍ଷରୁ କୁହାଯାଇଛି ଯେ ଗୋଟିଏ ରାଜ୍ୟର ବିକାଶ ଏହାର ମନ୍ତ୍ରୀଙ୍କ ଉପରେ ନିର୍ଭର କରେ । ସାଧାରଣ ଲୋକଙ୍କ ପାଇଁ କରାଯାଇଥିବା ଯୋଜନା ଗୁଡ଼ିକ ମନ୍ତ୍ରୀ ଠିକଣା ବାଟରେ ନେବା ଫଳରେ ବିକାଶ ଧାରାକୁ ବଡ଼ ସଫଳତା ମିଳିଥାଏ । ସାମ୍ବାଦିକତା କ୍ଷେତ୍ରରେ ୮ ବର୍ଷର ଦୀର୍ଘ ଯାତ୍ରା କାଳ ମଧ୍ୟରେ ସଫଳ ମନ୍ତ୍ରୀମାନଙ୍କୁ ‘ଫେମ୍ ଇଣ୍ଡିଆ’ ଉତ୍ସାହିତ କରି ଆସିଛି । ଯାହା ଫଳରେ ସେମାନଙ୍କର ଉତ୍ତମ ପ୍ରଦର୍ଶନରେ ଡେଣା ଲାଗିଛି । ଏହି କ୍ରମରେ ଚଳିତ ବର୍ଷ ରାଜ୍ୟ ମନ୍ତ୍ରୀମାନଙ୍କର ବିଭିନ୍ନ ପ୍ରଦର୍ଶନକୁ ନେଇ ଆକଳନ କରାଯାଇଛି । ସେଗୁଡ଼ିକ ହେଲା ପରିଚାଳନା କ୍ଷେତ୍ରରେ ସଠିକ ଦକ୍ଷତା, ସରକାରୀ କଳ ଓ ଲକ୍ଷ୍ୟକୁ ଠିକଣା ଭାବେ ବୁଝିବା ସହିତ ଅଫିସରମାନଙ୍କୁ ନିୟନ୍ତ୍ରଣ କରିବାର କଳା ହିଁ ଜଣେ ମନ୍ତ୍ରୀଙ୍କୁ ସଫଳ କରାଯାଇଥାଏ । ସେଥିପାଇଁ ଓଡ଼ିଶାର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପ୍ରଦାନ ଲାଗି ଚୟନ କରାଯାଇଛି ।