ପ୍ରତିଭା ମହାରଥି ହେବେ ବିଜେଡି ପ୍ରାର୍ଥୀ !

ପ୍ରତିଭା ମହାରଥି ହେବେ ବିଜେଡି ପ୍ରାର୍ଥୀ !

ପ୍ରତିଭା ମହାରଥି ହେବେ ବିଜେଡି ପ୍ରାର୍ଥୀ !
ଭୁବନେଶ୍ୱର : ପିପିଲି ଉପନିର୍ବାଚନ କେବେ ହେବ ସେନେଇ କୌଣସି ସ୍ପଷ୍ଟତା ନାହିଁ । ନିର୍ବାଚନ କମିଶନ ଏନେଇ କୌଣସି ସୂଚନା ଦେଇନଥିଲେ ମଧ୍ୟ ପ୍ରସ୍ତୁତି ଜାରିରହିଥିବା ଜାଣିବାକୁ ମିଳିଛି । ଅପରପକ୍ଷରେ ସବୁବେଳେ ଆଗୁଆ ଯୋଜନାରେ ମାହିର ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଆରମ୍ଭ କରିଛି । ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବଙ୍କୁ ପିପିଲି ନିର୍ବାଚନମଣ୍ଡଳୀ ପାଇଁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯିବା ପରେ ରାଜନୈତିକ ଉଷ୍ମତା ପରିଲକ୍ଷିତ ହୋଇଛି । ତେବେ ପ୍ରଦୀପ ମହାରଥିଙ୍କ ବିୟୋଗ ପରେ ଏବେ ପିପିଲିରୁ ପ୍ରାର୍ଥୀ ହେବା ପାଇଁ ତାଙ୍କ ପନôୀ ପ୍ରତିଭା ମହାରଥି ଓ ପୁଅ ରୁଦ୍ର ମହାରଥି ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି ଶିରୋଧାର୍ଯ୍ୟ ବୋଲି କହିଛନ୍ତି । ଅପରପକ୍ଷରେ ବିଜେଡ଼ି ଅଳିନ୍ଦରୁ ମିଳିଥିବା ସୂଚନାନୁଯାୟୀ, ପିପିଲିରୁ ବିଜେଡ଼ି ପ୍ରତିଭା ମହାରଥିଙ୍କୁ ହିଁ ପ୍ରାର୍ଥୀ କରିବ । ପ୍ରତିଭା ପିପିଲି ନିର୍ବାଚନମଣ୍ଡଳୀ ସହିତ ବେଶ ପରିଚିତ ଥିବାବେଳେ ପ୍ରଦୀପଙ୍କ ସହ ବହୁ ନିର୍ବାଚନରେ ପ୍ରଚାରରେ ବି କରିଛନ୍ତି । ସେହିପରି ପ୍ରତିଭା ଆଗ୍ରହ ପ୍ରକାଶ କରୁଥିବା ନେଇ ବି ସ୍ପଷ୍ଟ ଭାବେ ସୂଚିତ କରିଛନ୍ତି । ଦଳ ତାଙ୍କୁ ପ୍ରାର୍ଥୀ କଲେ ଖୁସି ହେବେବୋଲି ସେ କହିଛନ୍ତି । ପ୍ରତିଭା ଜଣେ ଅଧ୍ୟାପିକା ହୋଇଥିବାବେଳେ ବକôୃତା ଦେବାରେ ବି ମାହିର । ମହିଳାଙ୍କୁ ପ୍ରାର୍ଥୀ କରାଗଲେ ମହିଳା ଭୋଟ ମଧ୍ୟ ଆସିପାରିବ ବୋଲି ଦଳ ଆକଳନ କରିଛି । ସମ୍ପ୍ରତି ପ୍ରତିଭାଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ଯୋଜନା କରିଥିବାବେଳେ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେବେ ସେ ଯାହାହେଉନା କାହିଁକି ମହାରଥିଙ୍କ ଗଡ଼ରେ ମହାରଥିଙ୍କ ପରିବାର ବର୍ଗରୁ ହିଁ ଦଳ ପ୍ରାର୍ଥୀ କରିବ । ଅପରପକ୍ଷରେ ବିଜେଡ଼ିର ଅନ୍ୟ କେତେକ ଆଶାୟୀ ଥିଲେବି ମହାରଥିଙ୍କର ପିପିଲିରେ ଲୋକପ୍ରିୟତା ଥିବାରୁ ତାଙ୍କ ପରିବାର ବ୍ୟତୀତ ଅନ୍ୟ କାହାକୁ ପ୍ରାର୍ଥୀ କଲେ ଦଳର ସ୍ଥିତି ଭଲ ରହିବ ନାହିଁ ବୋଲି ମଧ୍ୟ ସର୍ଭେରୁ ଜଣାପଡ଼ିଛି ।