ପ୍ରଥମ ଇନିଂସରେ ଭାରତ ୩୩୭ ରନରେ ଅଲଆଉଟ

ପ୍ରଥମ ଇନିଂସରେ ଭାରତ ୩୩୭ ରନରେ ଅଲଆଉଟ

ପ୍ରଥମ ଇନିଂସରେ ଭାରତ ୩୩୭ ରନରେ ଅଲଆଉଟ
ଭୁବନେଶ୍ୱର : ଇଂଲଣ୍ଡର ବୃହତ ଇନିଂସ ଜବାବ ଦେଇପାରିନାହିଁ । ଦଳର ଆଗଧାଡ଼ିର ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ସତ୍ୱେ ଭାରତର ନିମ୍ନ ଭାଗର ଖେଳାଳୀଙ୍କ ଭଲ ପ୍ରଦର୍ଶନ ପାଇଁ ଦଳ ୩୩୭ ରନ କରିପାରିଛି । ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ କରିଥିବାବେଳେ ଭାରତ ୩୩୭ ରନ କରିପାରିଛି । ରୋହିତ ଶର୍ମା ୬, ସୁବମନ ଗିଲ ୨୯, ଚେତେଶ୍ୱର ପୂଜାରା ୩୭, ବିରାଟ କୋହଲି ୧୧, ଆଜିଙ୍କ୍ୟା ରାହାନେ ୧, ଋଷଭ ପନ୍ତ ୯୧, ୱାସିଂଟନ ସୁନ୍ଦର ନଟଆଉଟ ୮୫, ରବୀଚନ୍ଦ୍ର ଅଶ୍ୱିନ ୩୧, ଈଶାନ୍ତ ଶର୍ମା ୪, ଯଶପ୍ରୀତ ବୁମରା ଓ ଶାହାବାଜ ନବୀନ ଡକରେ ଆଉଟ ହୋଇଛନ୍ତି । ଭାରତ ନିଜର ପ୍ରଥମ ପାଳିରେ ମାତ୍ର ୯୫.୫ ଓଭରରେ ଅଲଆଉଟ ହୋଇଯାଇଛି । ଭାରତ ୨୪୧ ରନ ପଛରେ ରହିଛି ।