କ୍ରୀଡ଼ା କ୍ଷେତ୍ରରେ ଭତ୍ତା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କ୍ରୀଡ଼ା କ୍ଷେତ୍ରରେ ଭତ୍ତା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 କ୍ରୀଡ଼ା କ୍ଷେତ୍ରରେ ଭତ୍ତା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ାବିତମାନଙ୍କ ଭତ୍ତା ବୃଦ୍ଧି ନେଇ ଘୋଷଣା କରାଯାଇଛି । ତଦନୁଯାୟୀ କ୍ରୀଡ଼ା ହଷ୍ଟେଲରେ ରହୁଥିବା ଝିଅଙ୍କ ମାସିକ ଭତ୍ତା ୨ଶହରୁ ୫ଶହକୁ ବୃଦ୍ଧି କରାଯାଇଛି । କ୍ରୀଡ଼ା ହଷ୍ଟେଲରେ ରହୁଥିବା ପୁଅ ପିଲାଙ୍କ ଭତ୍ତା ୩ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନଏସଏଫ ସ୍ୱୀକୃତିପ୍ରାପ୍ତ ପ୍ରତିଯୋଗିତା ପାଇଁ ବାହାରକୁ ଗଲେ ଦୈନିକ ୩ଶହ ଟଙ୍କା ଭତ୍ତା ମିଳିବ । ଜାତୀୟସ୍ତରର ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ବର୍ଷକ ପାଇଁ ମାସିକ ୧ ହଜାର ଟଙ୍କା ମିଳିବ । ରୌପ୍ୟ ଜିତିଲେ ୫ଶହ ଓ ବ୍ରୋଞ୍ଜ ଜିତିଲେ ମାସିକ ୩ଶହ ଟଙ୍କା ମିଳିବ । ଜାତୀୟ ରେକର୍ଡ ୧ ବର୍ଷ ଭଙ୍ଗ ନହେଲେ ବର୍ଷେଯାଏ ୫ ହଜାର ଟଙ୍କା ମିଳିବ । ଜାତୀୟ ଦଳରେ ଭାଗ ନେବାକୁ ମନୋନୀତ କ୍ରୀଡ଼ାବିତଙ୍କୁ ମାସିକ ୧ ହଜାର ଟଙ୍କା ପ୍ରଦାନ କରାଯିବ ।