ପ୍ଲେ ଅଫ୍‌ରେ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର, କୋଲକାତା

ପ୍ଲେ ଅଫ୍‌ରେ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର, କୋଲକାତା

ପ୍ଲେ ଅଫ୍‌ରେ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର, କୋଲକାତା

 ଆବୁଧାବି: କର ବା ମର ମ୍ୟାଚ୍ରେ ବିଜୟୀ ହୋଇଥିଲେ ମଧ୍ୟ ପ୍ଲେ ଅଫ୍‌ରୁ ବାଦ୍‌ ପଡ଼ିଛି ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ। ଏନଆର୍ଆର୍ରେ କୋଲକାତା ପଛକୁ ରହି ପ୍ଲେ ଅଫ୍କୁ ଯାଇପାରିନି। ଦୁଇ ଉଦୀୟମାନ ଖେଳାଳି ଈଶାନ କିଶନ ଏବଂ ସୂର୍ୟ୍ୟ କୁମାର ଯାଦବ ଆକର୍ଷଣୀୟ ପାଳି ଖେଳି ମୁମ୍ବାଇକୁ ୨୩୫ ରନ୍ ଦେଇଥିଲେ। କିନ୍ତୁ ହାଇଦ୍ରାବାଦକୁ ୬୫ ରନ୍ ଭିତରେ ରୋକିବାରେ ସକ୍ଷମ ନ ହେବାରୁ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍ ଲାଗି ଥିବା କ୍ଷୀଣ ସୁଯୋଗ ହାତେଇ ପାରିନଥିଲା। ଏଥି ସହ ଲଗାତାର ବିଜେତା ମୁମ୍ବାଇ ପ୍ଲେ ଅଫ୍ ନ ଖେଳି ଲିଗ୍ ଅଭିଯାନ ଶେଷ କରିଛି। ପ୍ଲେ ଅଫ୍ରେ ଦିଲ୍ଲୀ କ୍ୟାପିଟାଲ୍ସ-ଚେନ୍ନାଇ ସୁପର୍ କିଙ୍ଗ୍ସ (ରବିବାର) ଏବଂ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍-କୋଲକାତା ନାଇଟ୍ ରାଇଡର୍ସ (ସୋମବାର) ମୁହାଁମୁହିଁ ହେବେ।