ସୁପର ଓଭର-୨ରେ ଜିତିଲା ପଞ୍ଜାବ : ପ୍ଲେ ଅଫ ଆଶା ଜୀବନ୍ତ
ସୁପର ଓଭର-୨ରେ ଜିତିଲା ପଞ୍ଜାବ : ପ୍ଲେ ଅଫ ଆଶା ଜୀବନ୍ତ
admin
Oct 19, 2020 - 06:01
Updated: Oct 19, 2020 - 06:01
ଦୁବାଇ : ଆଇପିଏଲର ୩୬ ତମ ମୁକାବିଲାରେ ଚମକ୍ରାର ବିଜୟ ହାସଲ କରିଛି ପଞ୍ଜବା । ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ସୁପର ଓଭରରେ ପରାସ୍ତ କରିବା ସହିତ ପ୍ଲେଅଫ ଆଶା ଜୀବନ୍ତ ରଖିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୧୭୬ ରନ୍ ସଂଗ୍ରହ କରିଥିଲା । ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ ଡିକକ ୫୩ ରନ ସଂଗ୍ରହ କରିଥିବା ବେଳେ କୃଣାଳ ପାଣ୍ଡ୍ୟା ଏବଂ କିରନ ପୋଲାର୍ଡ ପ୍ରତ୍ୟେକ ୩୪ ରନ ସଂଗ୍ରହ କରିଥିଲେ । ଜବାବରେ ଅଧିନାୟକ କେ ଏଲ ରାହୁଲଙ୍କ ଚମକ୍ରାର ୭୭ ରନ୍ ବଳରେ ମ୍ୟାଚ ବିଜୟର ନିକଟତର ହୋଇଥିଲା ପଞ୍ଜାବ । ତେବେ ବୁମରା ଏବଂ ବୋଲ୍ଟଙ୍କ ଚମକ୍ରାର ବୋଲିଂ କାରଣରୁ ମ୍ୟାଚ ଟାଇ ହୋଇଥିଲା ।
ମ୍ୟାଚ ଟାଇ ହେବା ପରେ ସୁପର ଓଭର ଖେଳା ଯାଇଥିଲା । ସୁପର ଓଭରରେ ପଞ୍ଜାବ ମାତ୍ର ୫ ରନ୍ ସଂଗ୍ରହ କରିିଥିଲା । ଟଶପ୍ରୀତ ବୁମରାଙ୍କ ଓଭରରେ ମାତ୍ର ୫ ରନ୍ ସଂଗ୍ରହ କରିବା ସହିତ ଦୁଇଟି ୱିକେଟ ହରାଇଥିଲା ପଞ୍ଜାବ । ତେବେ ପଞ୍ଜାବ ପେସ ବୋଲର ମହମ୍ମଦ ସାମି ମଧ୍ୟ ଚମକ୍ରାର ବୋଲିଂ କରିଥିଲେ । ଫଳରେ ମୁମ୍ବାଇ ମଧ୍ୟ ସମାନ ୫ ରନ ହିଁ ସଂଗ୍ରହ କରି ପାରିଥିଲା । ସୁପର ଓଭର ଟାଇ ହେବା ପରେ ମ୍ୟାଚରେ ଆଉ ଏକ ସୁପର ଓଭର ଖେଳାଯାଇଥିଲା । ଏହି ଓଭରରେ ପଞ୍ଜାବ ପକ୍ଷରୁ ବୋଲିଂ କରିଥିଲେ କ୍ରିସ ଜୋର୍ଡାନ । ହାର୍ଦ୍ଧିକ ପାଣ୍ଡ୍ୟା ଏବଂ କିରନ ପୋଲାର୍ଡ ବ୍ୟାଟିଂ କରୁଥିବା ଏହି ଓଭରରୁ ମୁମ୍ବାଇ ୧୧ ରନ ସଂଗ୍ରହ କରିଥିଲା । ଅନ୍ତିମ ବଲରେ ପୋଲାର୍ଡଙ୍କ ଏକ ଛକ୍କାକୁ ଆକ୍ରୋବାଟିକ ଷ୍ଟାଇଲରେ ରୋକିଥିଲେ ମୟଙ୍କ ଅଗ୍ରୱାଲ । ବିଜୟ ପାଇଁ ୧୨ ରନ ଆବଶ୍ୟକ ଥିବା ବେଳେ ପ୍ରଥମ ବଲରୁ ୬ ରନ ହାସଲ କରିଥିଲେ କ୍ରିସ ଗେଲ । ଏହା ପରେ କ୍ରମାଗତ ୨ଟି ଚୌକା ମାରି ମ୍ୟାଚକୁ ଷ୍ଟାଇଲରେ ଶେଷ କରିଥିଲେ ମୟଙ୍କ ଅଗ୍ରୱାଲ । କେ ଏଲ ରାହୁଲଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।