ଭିଜିଲାନ୍ସ ଜାଲରେ ଅଧ୍ୟାପକ

ଭିଜିଲାନ୍ସ ଜାଲରେ ଅଧ୍ୟାପକ

ଭିଜିଲାନ୍ସ ଜାଲରେ ଅଧ୍ୟାପକ
ପାରଳାଖେମୁଣ୍ଡି : ଭିଜିଲାନ୍ସ ଜାଲରେ ପଡିଛନ୍ତି ଅଧ୍ୟାପକ । ଅଧ୍ୟାପକ ଜଣକ ହେଉଛନ୍ତି ଜି. ନାଗେଶ୍ବର ରାଓ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼ ଚାଲିଛି । । ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗର ସମେତ ୬ଟି ଘରେ ରେଡ଼ କରାଯାଇଛି । ମିଳିଥିବା ସୂଚନା ମୁତାବକ ଜି. ନାଗେଶ୍ଵର ରାଓ ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡିସ୍ଥିତ ମୀନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ୟ୍ୟରତ ଅଛନ୍ତି। ବର୍ତ୍ତମାନ ମାନ ସୁଦ୍ଧା ୩୦ଲକ୍ଷ ଟଙ୍କାରୁ ଅଧିକ ନଗଦ ମିଳିଥିବା ବେଳେ ଆନୁମାନିକ ୩କୋଟି ଟଙ୍କା ମୂଲ୍ୟର ଘର ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଆକାଉଣ୍ଟ ଏବଂ ଗାଡ଼ି ମିଳିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି।