ରାଜ୍ୟରେ ଆଜି ୧୯୮୨ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ରାଜ୍ୟରେ ଆଜି ୧୯୮୨ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ରାଜ୍ୟରେ ଆଜି ୧୯୮୨ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ
ଭୁବନେଶ୍ବର: ରାଜ୍ୟରେ ଆଜି ୧୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୫୬ ଜଣ ଚିହ୍ନଟ ହୋଇଥିବାବେଳେ ୮୨୬ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୦ହଜାର ୩୪୬କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୬ ହଜାର ୮୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ହଜାର ୩୦୪ ଜଣ। ଖୋର୍ଦ୍ଧାରୁ ସର୍ବାଧିକ ୩୦୦ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୧୯, ବାଲେଶ୍ବରରୁ ୮୬, ବରଗଡରୁ ୪୬, ଭଦ୍ରକରୁ ୬୩, ବଲାଙ୍ଗିରରୁ ୮୮, ବୌଦ୍ଧରୁ ୧୧, କଟକରୁ ୧୪୫, ଦେବଗଡରୁ ୧୪, ଢେଙ୍କାନାଳରୁ ୫୫, ଗଜପତିରୁ ୧୦, ଗଞ୍ଜାମରୁ ୨୪, ଜଗତସିଂହପୁରରୁ ୫୫, ଯାଜପୁରରୁ ୮୬, ଝାରସୁଗୁଡାରୁ ୫୦, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୨୩, କେନ୍ଦ୍ରାପଡାରୁ ୬୫, କେଉଁଝରରୁ ୫୯, କୋରାପୁଟରୁ ୪୨, ମାଲକାନଗିରିରୁ ୪୧, ମୟୂରଭଞ୍ଜରୁ ୧୦୭, ନବରଙ୍ଗପୁରରୁ ୫୨, ନୟାଗଡରୁ ୩୩, ନୂଆପଡାରୁ ୩୭, ପୁରୀରୁ ୭୨, ରାୟଗଡାରୁ ୧୦, ସମ୍ବଲପୁରରୁ ୩୮, ସୋନପୁରରୁ ୪୫, ସୁନ୍ଦରଗଡରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୬୫ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।