ଦେଶରେ ୨୪ ଘଂଟାରେ ୩୩୬ ମୃତୁ୍ୟ

ଦେଶରେ ୨୪ ଘଂଟାରେ ୩୩୬ ମୃତୁ୍ୟ

ଦେଶରେ ୨୪ ଘଂଟାରେ ୩୩୬ ମୃତୁ୍ୟ
ନୂଆଦିଲ୍ଲୀ :ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩ ହଜାର ୬୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୩୬ ଜଣଙ୍କର ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୧ କୋଟି ୧ ଲକ୍ଷ ୪୬ ହଜାର ୮୪୬ ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୭ ହଜାର ୧୨୮ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ୨ ଲକ୍ଷ ୮୧ ହଜାର ୯୧୯ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୭ ଲକ୍ଷ ୧୭ ହଜାର ୮୩୪ ଜଣ ଲୋକ ସୁସ୍ଥ ହୋଇଛନ୍ତି । ସମଗ୍ର ବିଶ୍ୱରେ କରୋନା ମୃତୁ୍ୟ ୧୭ ଲକ୍ଷ ୪୮ ହଜାର ୨୫୬କୁ ବୃଦ୍ଧି ପାଇଛି । ପୁରା ଦୁନିଆରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ କୋଟି ୯୬ ଲକ୍ଷ ୯୫ ହଜାରକୁ ବୃଦ୍ଧି ପାଇଛି । ୫କୋଟି ୬୧ ଲକ୍ଷ ୧୦ ହଜାର ୧୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ବିଶ୍ୱର ମୋଟ ୨୧୮ ଦେଶକୁ ମହାମାରୀ କରୋନା ବ୍ୟାପିଛି ।