ପ୍ରାକୃତିକ ଫେସ୍ ୱ୍ୟାସ୍

ପ୍ରାକୃତିକ ଫେସ୍ ୱ୍ୟାସ୍

ପ୍ରାକୃତିକ ଫେସ୍ ୱ୍ୟାସ୍
ସେଓ-କ୍ଷୀର ମିଶ୍ରଣ: ଗୋଟିଏ ସେଓର ଚୋପା ଛଡ଼ାଇ ଖଣ୍ଡ ଖଣ୍ଡ କାଟି କ୍ଷୀରରେ ଅଧଘଣ୍ଟାଏ ବୁଡ଼ାଇ ରଖନ୍ତୁ ଏବଂ ତାହା ପରେ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଏହି ମିଶ୍ରଣକୁ ପନ୍ଦର ମିନିଟ ଫ୍ରିଜରେ ରଖିବା ପରେ ସେଥିରେ ଏକ ଚାମଚ ଲେମ୍ବୁ ରସ ଫେଣ୍ଟି ମୁହଁ, ଗଳାରେ ଲଗାନ୍ତୁ । ପନ୍ଦର ମିନିଟ ପରେ ଥଣ୍ଡା ପାଣିରେ ଧୁଅନ୍ତୁ । ଏହା ଦ୍ୱାରା ତ୍ୱଚାରୁ ମୃତକୋଷ ବାହାରିଯାଏ । ନୂଆ କୋଷ ତିଆରି ହୁଏ ଏବଂ ମଳିନ ତ୍ୱଚା ସଫା ପଡ଼େ । ଟମାଟୋ ରସ: ଅତି ବାଇଗଣି ସୌର ରଶ୍ମି ପ୍ରଭାବରୁ ଟମାଟୋ ରସ ତ୍ୱଚାକୁ ସୁରକ୍ଷିତ ରଖେ । ତେଲିଆ ତ୍ୱଚା ପାଇଁ ଏହା ଅଧିକ ଉପକାରୀ । ପଚାଶ ଗ୍ରାମ ଟମାଟୋ ରସରେ ଏକ ଚାମଚ ଲେଖାଏଁ ବେକିଂ ସୋଢ଼ା ଓ ମହୁ ଫେଣ୍ଟି ମୁହଁରେ ଲଗାନ୍ତୁ । ଶୁଖିବାର ପନ୍ଦର ମିନିଟ ପରେ ଥଣ୍ଡା ପାଣିରେ ଧୁଅନ୍ତୁ । ହଳଦୀ-ଦହି:ହଳଦୀ ସଂକ୍ରମଣ ବିରୋଧୀ ଏବଂ ତ୍ୱଚା ପାଇଁ ଏହା ପ୍ରାକୃତିକ ଏଣ୍ଟିସେପ୍ଟିକ ଭଳି କାମ କରେ । ନିୟମିତ ହଳଦୀ ଲଗାଇଲେ ବୟସ ରେଖା ବିଳମ୍ବ ହୁଏ । ସେହିପରି ଦହିର ଲାକ୍ଟିକ ଏସିଡ଼ ଉପାଦାନ ତ୍ୱଚାକୁ ଉଜ୍ଜ୍ୱଳ ରଖେ । ଏକ ଚାମଚ ହଳଦୀ ଗୁଣ୍ଡରେ ଏକ ଚାମଚ ଦହି ଫେଣ୍ଟି ଅଧଘଣ୍ଟାଏ ଫ୍ରିଜରେ ରଖନ୍ତୁ । ସେଥିରେ ଗୋଲାପ ଜଳ କିମ୍ବା ମହୁ ଫେଣ୍ଟି ତ୍ୱଚାରେ ଲଗାନ୍ତୁ ଏବଂ ଶୁଖିବାର ଅଧଘଣ୍ଟାଏ ପରେ ଥଣ୍ଡା ଜଳରେ ଧୁଅନ୍ତୁ ।