ପ୍ଲେୟାର ଅଫ ଦି ମ୍ୟାଚ ହେଲେ ରିଷଭ ପନ୍ତ

ପ୍ଲେୟାର ଅଫ ଦି ମ୍ୟାଚ ହେଲେ ରିଷଭ ପନ୍ତ

ପ୍ଲେୟାର ଅଫ ଦି ମ୍ୟାଚ ହେଲେ ରିଷଭ ପନ୍ତ
ବି୍ରସବେନ : ଗାଭାସ୍କର-ବଡର଼୍ର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ବାଜିମାତ କରିଛି । ଚତୁର୍ଥ ଟେଷ୍ଟ ଜିତି ଭାରତୀୟ ଟିମ ଗାଭାସ୍କର-ବର୍ଡର ଟ୍ରଫି ହାତେଇ ନେଇଛି । ଜିତିବା ପାଇଁ ଭାରତ ଆଗରେ ୩୨୮ ରନର ଟାର୍ଗେଟ ରଖିଥିଲା ଅଷ୍ଟ୍ରେଲିଆ । ତେବେ ଓପନର ଏସ ଗିଲଙ୍କ ୯୧, ପୂଜାରାଙ୍କ ୫୬, ରିଷଭ ପନ୍ତଙ୍କ ଧମାକାଦାର ବ୍ୟାଟିଂ ୮୯ ରନ ଯୋଗୁଁ ଭାରତ ୩ ୱିକେଟରେ ବିଜୟ ହାସଲ କରିଛି । ମ୍ୟାଚ ବିଜୟୀ ଇନିଂସ ପାଇଁ ରିଷଭ ପନ୍ତଙ୍କୁ ପ୍ଲେୟାର ଅଫ ଦି ବ୍ୟାଚ ପ୍ରଦାନ କରାଯାଇଛି । ପନ୍ତ ମ୍ୟାଚ ବିଜୟୀ ୮୯ ରନର ଅପରାଜିତ ଇନିଂସ ଖେଳିଥିଲେ । ପନ୍ତ ୧୩୮ଟି ବଲ ଖେଳି ୬୪.୪୯ ଷ୍ଟ୍ରାଇକ ରେଟ ହାରରେ ୮୯ ରନ କରି ଅପରାଜିତ ଥିଲେ । ତାଙ୍କର ଲଢୁଆ ବ୍ୟାଟିଂ ପାଇଁ ଭାରତ ୪ ମା୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତିଛି । ସିରିଜ ଜିତି ଭାରତ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଛି । ଭାରତ ଦ୍ୱିତୀୟ ପାଳିରେ ରୋହିତ ୭, ଗିଲ ୯୧, ପୂଜାରା ୫୬, ରାହାନେ ୨୪, ମୟଙ୍କ ୯ ରନ କରି ଆଉଟ ହୋଇଥିଲେ । ଅପରପକ୍ଷରେ ସୁନ୍ଦର ମଧ୍ୟ ଉପାଦେୟ ୨୨ ରନ କରି ଭାରତ ବିଜୟକୁ ସୁନିଶ୍ଚିତ କରିପାରିଥିଲେ । ଅଷ୍ଟ୍ରେଲିଆ ଟିମରେ ସବୁ ରଣନୀତିକୁ ଫିକା କରିଦେଇଥିଲା ରିଷଭ ପନ୍ତଙ୍କ ବ୍ୟାଟିଂ । ସେ ୮୯ ରନରେ ନଟଆଉଟ ରହି ଅଷ୍ଟ୍ରେଲିଆକୁ ପରାସ୍ତ କରିପାରିଥିଲେ ।