ପାକିସ୍ତାନୀ ବକ୍ସରଙ୍କୁ ଚ୍ୟାଲେଞ୍ଜ କଲେ ନୀରଜ ଗୋୟତ

ପାକିସ୍ତାନୀ ବକ୍ସରଙ୍କୁ ଚ୍ୟାଲେଞ୍ଜ କଲେ ନୀରଜ ଗୋୟତ

ପାକିସ୍ତାନୀ ବକ୍ସରଙ୍କୁ ଚ୍ୟାଲେଞ୍ଜ କଲେ ନୀରଜ ଗୋୟତ
ନୂଆଦିଲ୍ଲୀ : ଭାରତୀୟ ପ୍ରଫେସନାଲ ବକ୍ସର ନୀରଜ ଗୋୟତ ପାକିସ୍ତାନୀ ବକ୍ସର ଆମିର ଖାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ଆମିରଙ୍କୁ ଚ୍ୟାଲେଞ୍ଜ କରିବା ସହିତ ଯେଉଁଠାରେ ଆମିର ଚାହିଁବେ ସେଠାରେ ମୁକାବିଲା ପାଇଁ ସେ ପ୍ରସ୍ତୁତ ବୋଲି ନୀରଜ କହିଛନ୍ତି । ଜୁନ ୨୦୧୯ରେ ନୀରଜଙ୍କ ଦୁର୍ଘଟଣା ପରଠାରୁ ସେ ରିଙ୍ଗରୁ ଦୂରରେ ରହିଥିଲେ । ଏହି କାରଣରୁ ଆମିର ଏବଂ ନୀରଜଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ହୋଇ ପାରିନଥିଲା । ଦୁର୍ଘଟଣା ପରଠାରୁ ରିଙ୍ଗରୁ ଦୂରେଇ ରହିଥିବା ନୀରଜ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ ହୋଇ ରିଙ୍ଗକୁ ଫେରିଥିବାରୁ ଆମିରଙ୍କୁ ମୁକାବିଲା ପାଇଁ ଆମନ୍ତ୍ରଣ କରିଛନ୍ତି । କରୋନା କାରଣରୁ ସମସ୍ତ ମ୍ୟାଚ ବାତିଲ ହୋଇଥିବାରୁ ଆଗାମୀ ଦିନରେ ଉଭୟଙ୍କ ମଧ୍ୟରେ ମୁକାବିଲା କରିବା ପାଇଁ ଗୋୟତ ଦାବି କରିଛନ୍ତି । ଆମିର ଖାନ ଜଣେ ବିଶ୍ୱ ଚାମ୍ପିୟନ ପ୍ରଫେସନାଲ ବକ୍ସର ହୋଇଥିବାରୁ ତାଙ୍କୁ ପରାସ୍ତ କରିବା ଦ୍ୱାରା ଆତ୍ମବିଶ୍ୱାସ ବଢିବ ବୋଲି ଗୋୟତ କହିଛନ୍ତି ।