ଓଡ଼ିଶାକୁ ପ୍ରଥମ ଥର ହରାଇଲା ମୁମ୍ବାଇ
ଓଡ଼ିଶାକୁ ପ୍ରଥମ ଥର ହରାଇଲା ମୁମ୍ବାଇ
admin
Dec 7, 2020 - 11:42
Updated: Dec 7, 2020 - 11:42
ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ରବିବାର ଓଡ଼ିଶା ଏଫସି ବିପକ୍ଷରେ ମୁମ୍ବାଇ ସିଟି ଏଫସି୨-୦ ଗୋଲରେ ବିଜୟୀ ହୋଇଛି । ଗତ ଋତୁରେ ଉଭୟ ମୁକାବିଲା ଓଡ଼ିଶା ଏଫସି ଜିତିଥିବା ବେଳେ ହ୍ୟାଟି୍ରକ ବିଜୟ ରୁ ବଞ୍ଚିତ ହୋଇଛି । ସେହିପରି ଓଡ଼ିଶାକୁ ପ୍ରଥମ ଥର ହରାଇ ମୁମ୍ବାଇ ସିଟି ଏଫସି ଏହି ଭୁବନେଶ୍ୱର ଦଳ ବିପକ୍ଷରେ ନିଜ ପରାଜୟ ଧାରା ଭାଙ୍ଗିବାରେ ସକ୍ଷମ ହୋଇଛି । ଓଡ଼ିଶା ଏଫସି କିନ୍ତୁ ୪ ମ୍ୟାଚରୁ ୩ ପରାଚୟ ସହ ନିରାଶା ଜାରି ରଖିଛି । ରବିବାରର ବିଜୟ ସହ ମୁମ୍ବାଇ ସିଟି ଏଫସି ୪ ମ୍ୟାଚରୁ ୩ ବିଜୟ ସହିତ ୯ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି । ଏଟିକେ ମୋହନ ବାଗାନ ୩ ମ୍ୟାଚରୁ ୯ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ ବ୍ୟବଧାନ ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନକୁ ଖସିଛି ।

ଗୋଆ ୩-୧ ରେ ଜିତିଲା
ରବିବାରର ଦ୍ୱିତୀୟ ମ୍ୟାଚରେ ଗୋଆ ଏଫସି ୩-୧ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ହରାଇ ପ୍ରଥମ ବିଜୟ ହାସଲ କରିଛି । ପୂର୍ବରୁ ଦୁଇଟି ଅମୀମାଂସିତ ପାଇଥିବାରୁ ଗୋଆ ମଧ୍ୟ ଚତୁର୍ଥ ମ୍ୟାଚରୁ ୫ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ରବିବାର ଗୋଆ ପାଇଁ ଆଗୁରୋ ଆଙ୍ଗୁଲୋ (୩୦ ଓ ୯୦ ମିନିଟ) ଦୁଇଟି ଏବଂ ଆର୍ଟିକ (୫୨ ମିନିଟ) ଗୋଟିଏ ଗୋଲ ଦେଇଥିଲେ । କେରଳ ପାଇଁ ଏକମାତ୍ର ଗୋଲ ଭିନସେଣ୍ଟ ଗୋମେଜ (୯୦ ମିନିଟ) ଦେଇଥିଲେ ।