ଫେବୃୟାରୀ ୧୫ରୁ ଆଦିବାସୀ ମେଳା

ଫେବୃୟାରୀ ୧୫ରୁ ଆଦିବାସୀ ମେଳା

ଫେବୃୟାରୀ ୧୫ରୁ ଆଦିବାସୀ ମେଳା

ଭୁବନେଶ୍ୱର:  ୟୁନିଟ-୧ ସ୍ଥିତ ‘ଆଦିବାସୀ ପଡ଼ିଆରେ ଆସନ୍ତା ଫେବୃୟାରୀ ୧୫ରୁ ୨୪ତାରିଖ ପର୍ୟ୍ୟନ୍ତ ‘ଆଦିବାସୀ ମେଳା-୨୦୨୩’ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଚଳିତବର୍ଷ ଫେବୃୟାରୀ ୧୫ରୁ ୨୪ତାରିଖ ପର୍ୟ୍ୟନ୍ତ ଆଦିବାସୀ ମେଳା ଆୟୋଜନ କରାଯିବ । ଏହି ମେଳା ଚଳିତବର୍ଷ ୟୁନିଟ-୧ ଆଦିବାସୀ ପଡ଼ିଆରେ ହେବ । ରାଜଧାନୀରେ ଆଦିବାସୀ ହାଟ ଭଳି ପରିବେଶ ସୃଷ୍ଟି କରୁଥିବା ଏହି ପଡ଼ିଆରେ ଗତ ୨୦୧୮ ମସିହା ପରଠୁ ଆଦିବାସୀ ମେଳା ହୋଇନାହିଁ । ରାଜ୍ୟ ସରକାର ଆଇନଶୃଙ୍ଖଳା ପରିସ୍ଥିତିର ଆଳ ଦେଖାଇ ଦୀର୍ଘ ୭ଦଶନ୍ଧି ଧରି ଚାଲି ଆସିଥିବା ଏହି ମେଳାର ସ୍ଥାନକୁ ପରିବର୍ତ୍ତନ କରିଦେଇଥିଲେ । 

ଉଲ୍ଲେଖଯୋଗ୍ୟ, ୧୯୫୧ ମସିହାରୁ ଓଡ଼ିଶାରେ ବାର୍ଷିକ ‘ଆଦିବାସୀ ମେଳା’ ପାଳିତ ହେଉଥିବାବେଳେ ୧୯୫୪ ମସିହାରେ ଏହା ଭୁବନେଶ୍ୱରସ୍ଥିତ ୟୁନିଟ-୧ଠାରେ ଥିବା ‘ଆଦିବାସୀ ପଡ଼ିଆ’ରେ ପାଳନ ହୋଇ ଆସୁଥିଲା । କିନ୍ତୁ ୨୦୧୮ ମସିହାରେ ରାଜ୍ୟ ସରକାର ଆଇନଶୃଙ୍ଖଳାର ଆଳ ଦେଖାଇ ଓ ଜିଦ୍ ଧରି ଏହି ମେଳାର ସ୍ଥାନ ପରିବର୍ତ୍ତନ କରିଥିଲେ ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପ୍ରତିବର୍ଷ ଜାନୁୟାରୀ ୨୬ତାରିଖରୁ ଏହି ଆଦିବାସୀ ମେଳା ଆରମ୍ଭ ହୋଇ ଫେବୃୟାରୀ ୯ ତାରିଖ ପର୍ୟ୍ୟନ୍ତ ଚାଲିଥାଏ । ପୂର୍ବରୁ ଏହା ୧୦ଦିନ ହେଉଥିବାବେଳେ କ୍ରମେ ଏହାକୁ ୧୫ଦିନ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା ।