ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ

କଟକ: ଓଡିଶା ମହିଳା କ୍ରିକେଟ୍‌ ସିନିୟର୍‌ ଟିମ୍‌ ଚୟନ ପ୍ରକ୍ରିୟାରେ ବାଦ୍‌ ପଡିଯିବା ପରେ ହଠାତ୍‌ ଜଣେ ଖେଳାଳି ହୋଟେଲ୍‌ରୁ ନିଖୋଜ ହୋଇଯାଇଥିଲେ  । ନିଖୋଜ କ୍ରିକେଟିର୍‌ ହେଲେ ରାଜଶ୍ରୀ ସ୍ୱାଇଁ  । ତାଙ୍କ ଘର ପୁରୀ ଜିଲ୍ଲା ରାମଚଣ୍ଡୀ ଅଂଚଳରେ  । କ୍ୟାମ୍ପରେ ନିଜର ଦକ୍ଷତା ପରୀକ୍ଷା ଦେବାକୁ ଆସି ଟିମ୍‌ରୁ ବାଦ୍‌ ପଡିବା ପରେ ସେ ଅନ୍ତର୍ଦ୍ଧାନ ହୋଇଯିବା ଖବର ଓଡିଶା କ୍ରିକେଟ୍‌ ଆସୋସିଏସନ୍‌ ସମେତ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା  । ତାଙ୍କ ମୋବାଇଲ୍‌ ନମ୍ବର ସୁଇଚଡ୍‌ ଅଫ୍‌ ରହିଥିବା ବେଳେ ତାଙ୍କ କଳା ରଙ୍ଗର ଆକ୍ଟିଭା ସ୍କୁଟି ଏବଂ ହେଲ୍‌ମେଟ୍‌ ଆଠଗଡ ବନଖଣ୍ଡ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କପୁରସିଂରୁ ବ୍ରାହ୍ମଣବସ୍ତ ରାସ୍ତାର ତାଳଧଣ୍ଡି ରାସ୍ତାରେ ଏକ ଜଙ୍ଗଲ ନିକଟରୁ ମିଳିଥିଲା  । 

ରାଜଶ୍ରୀଙ୍କ ପତ୍ତା ନମିଳିବା ଘଟଣା ଓସିଏ କର୍ମକର୍ତ୍ତାଙ୍କୁ ଅଡୁଆରେ ପକାଇବା ସହ ସାଥୀ ଖେଳାଳି ଏବଂ ପରିବାର ଲୋକଙ୍କୁ ଆଶଙ୍କାରେ ଛନ୍ଦିଥିଲା । ଓସିଏ ପକ୍ଷରୁ ମହିଳା କ୍ରିକେଟ୍‌ ଟିମ୍‌ କୋଚ୍‌ ପୁଷ୍ପାଞ୍ଜଳି ବାନାର୍ଜୀ ଗତକାଲି ରାତିରେ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ  ।ପୁଲିସ୍‌ ଖୋଜାଖୋଜି କରିବା ପରେ ପୋଲିସ୍‌ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରିଛି । ଏଭଳି ଅଭାବନୀୟ ଘଟଣା ଘଟିଥିବାରୁ ରାଜଶ୍ରୀଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।