ଫୋର୍ବସ ଇଣ୍ଡିଆ ଧନୀ ତାଲିକା ୨୦୧୯
ଫୋର୍ବସ ଇଣ୍ଡିଆ ଧନୀ ତାଲିକା ୨୦୧୯
admin
Oct 12, 2019 - 11:45
Updated: Oct 12, 2019 - 11:45
ଅମ୍ବାନୀ ଏକ ନମ୍ବର, ୨ୟରେ ଆଦାନୀ
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ଲିମିଟେଡ୍ (ଆରଆଇଏଲ) ମୁଖ୍ୟ ମୁକେଶ ଅମ୍ବାନୀ ପୁଣି ଥରେ ହୋଇଛନ୍ତି ଦେଶର ସବୁଠାରୁ ଧନୀ ବ୍ୟକ୍ତି । ଆମେରିକାର ବିଜନେସ ପତି୍ରକା ଫୋର୍ବସ ପକ୍ଷରୁ ପ୍ରକାଶିତ ‘ଫୋର୍ବସ ଇଣ୍ଡିଆ ଧନୀ ତାଲିକା ୨୦୧୯ ରେ ଏହା କୁହାଯାଇଛି । ଅନ୍ୟ ପକ୍ଷରେ ଶିଳ୍ପପତି ଗୌତମ ଆଦାନୀ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କୌତୁହଳର ବିଷୟ ହେଉଛି ଆଦାନୀ ଚଳିତ ବର୍ଷ ଏକାଥରେ ୮ଟି ପାହାଚ ଉପରକୁ ଉଠି ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଥିବା ଫୋବର୍ସ ପକ୍ଷରୁ କୁହାଯାଇଛି । ଫୋର୍ବସ ଭାରତୀୟ ଧନୀ ତାଲିକାରେ ଅମ୍ବାନୀ କ୍ରମାଗତ ଭାବେ ୧୨ ଥର ପାଇଁ ଶୀର୍ଷରେ ରହି ଏହି ସଫଳତା ପାଇଛନ୍ତି । ପ୍ରକାଶିତ ତଥ୍ୟାନୁଯାୟୀ, ଚଳିତ ବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୫୧୪ ବିଲିୟନ ଡଲାର (୩.୭ ଲକ୍ଷ କୋଟି ଟଙ୍କା) ରେ ପହଞ୍ଚିଛି । ଚଳିତ ବର୍ଷ ସେ ତାଙ୍କର ସମ୍ପତ୍ତିରେ ୪୧ ବିଲିୟନ ଡଲାର ଯୋଗ କରିଛନ୍ତି । ସମ୍ପତ୍ତି ପରିମାଣ ଦୃଷ୍ଟିରୁ ବିଚାର କଲେ ମୁକେଶ ଦେଶର ଅନ୍ୟ ଭାରତୀୟ ଧନୀଙ୍କ ଠାରୁ ବହୁତ ଆଗରେ ରହିଛନ୍ତି । ଅମ୍ବାନୀଙ୍କ ପଛକୁ ଥିବା ଆଦାନୀ ମଧ୍ୟ ସମ୍ପତ୍ତି ପରିମାଣ ଦୃଷ୍ଟିରୁ ମୁକେଶଙ୍କ ଠାରୁ ଢେ଼ର ପଛରେ ରହିଛନ୍ତି । ଆଦାନୀଙ୍କ ସମ୍ପତ୍ତି ପରିମାଣ ୧୫.୭ ବିଲିୟନ ଡଲାର ରହିଛି । ଦୀର୍ଘ ୯ ବର୍ଷ ପରେ ଅଷ୍ଟ୍ରେଲିୟାରେ କୋଇଲା ଖଣି ହାସଲ ପରେ ତାଙ୍କର ସମ୍ପତ୍ତିରେ ଏଭଳି ବୃଦ୍ଧି ଘଟିଛି । ତେବେ ଫୋର୍ବସ ଇଣ୍ଡିଆ ଧନୀ ତାଲିକା ୨୦୧୯ ରେ ରହିଥିବା ଅନ୍ୟ ଭାରତୀୟ ଧନୀମାନଙ୍କ ମଧ୍ୟରେ ବ୍ୟବସାୟୀ ହିନ୍ଦୁଜା ବ୍ରଦର୍ସ, ନିର୍ମାଣ କ୍ଷେତ୍ରରେ ପାଲନଜୀ ମିସ୍ତ୍ରୀ, ବ୍ୟାଙ୍କର ଉଦୟ କୋଟାକ, ଟେକ ଟାଇକୁନ ଶିବ ନାଦର, ନିବେଶକ ରାଧାକି୍ରଷ୍ଣନ ଦମାନୀ, ଗୋଦରେଜ ପରିମାର, ଲକ୍ଷ୍ମୀ ମିତ୍ତଲ ଏବଂ କମୁାର ବିର୍ଲା ପ୍ରମୁଖ ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ , ସପ୍ତମ, ଅଷ୍ଟମ, ନବମ ଏବଂ ଦଶମ ସ୍ଥାନରେ ରହିଛନ୍ତି । ଏହି ୧୦୦ ଜଣିଆ ଧନୀ ତାଲିକାରେ ଚଳିତ ଥର ୬ ଜଣ ନୂଆ ସଦସ୍ୟ ରହିଛନ୍ତି ।
ବିଜୁସ ଆପର ବିଜୁ ରବୀନ୍ଦ୍ରନ, ହଲଦିରାମର ମନୋହର ଲାଲ ଓ ମଧୁସୂଦନ ଅଗ୍ରୱାଲ ଏବଂ ଜାକୁଆର ରାକେଶ ମେହରା ଏଥିରେ ନୂଆ କରି ସ୍ଥାନ ପାଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଅଜିମ ପ୍ରେମ୍ଜୀ ଚଳିତ ବର୍ଷ ଧନୀ ତାଲିକାରେ ସବୁଠାରୁ ବେଶି ତଳକୁ ଖସି ଆସିଛନ୍ତି । ସେ ତାଲିକାରେ ନମ୍ବର ୨ ରୁ ୧୭ କୁ ଖସି ଆସିଛନ୍ତି । କିନ୍ତୁ ଏହା ବ୍ୟବସାୟ ଜନିତ କ୍ଷତି ଯୋଗୁ ନୁହେଁ ବୋଲି ଜଣାଯାଇଛି । ପ୍ରେମଜୀ ତାଙ୍କ ଦାତବ୍ୟ ଅନୁଷ୍ଠାନକୁ ୭୫୦ କୋଟି ଡଲାର ଦାନ କରିଦେବାକୁ ତାଙ୍କର ସମ୍ପତ୍ତିରେ ଏଭଳି ହ୍ରାସ ଘଟିଥିବା ଜଣାଯାଇଛି ।