ବଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି

ବଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି

ବଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି

ଢାକା: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଜାରି ରହିଛି। ହିନ୍ଦୁଙ୍କ ମନ୍ଦିର ଭାଙ୍ଗିବା ଓ ଦୁର୍ଗାପୂଜା ଉତ୍ସବରେ ହିଂସାକାଣ୍ଡ ଘଟାଇବା ଜାରି ରଖିଛନ୍ତି। ରବିବାର ଓ ସୋମବାର ରଂଗପୁର ଅଞ୍ଚଳରେ ହିନ୍ଦୁଙ୍କ ମନ୍ଦିର ଓ ଇସ୍କନ ମନ୍ଦିରରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦିଆଯାଇଛି। ହିନ୍ଦୁଙ୍କ ଘରେ ଭଙ୍ଗାରୁଜା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶର ୨୫ ଜିଲ୍ଲାରେ ଫୋର୍ସ ଓ ପୁଲିସ ମୁତୟନ କରାଯାଇଛି। ହିଂସାକାଣ୍ଡ ଅଞ୍ଚଳରେ ଅନେକ ପୁଲିସ ଅଧିକାରୀଙ୍କୁ ବଦଳି କରାଯାଇଛି। ଏହି ଘଟଣାରେ ୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ହିଂସାକାଣ୍ଡ ଭିଆଇଥିବା ଲୋକଙ୍କୁ କେବେ ହେଲେ ଛଡ଼ା ଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଶେଖ ହାସିନା ସୂଚନା ଦେଇଛନ୍ତି। ସେମାନଙ୍କୁ ଖୋଜି ବାହାର କରାଯିବ ଓ କଠୋର ଦଣ୍ଡ ଦିଆଯିବ ସୂଚନା ଦେଇଛନ୍ତି।

ଦୁର୍ଗାପୂଜା ଉତ୍ସବ ବେଳେ କିଛି ହିନ୍ଦୁ ମନ୍ଦିରରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ପରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ପ୍ରବଳ ଉତ୍ତେଜନା ଦେଖା ଯାଇଛି। ଭାରତରେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। 

ଆଜି ଢାକାରେ ଥିବା ଢାକେଶ୍ୱରୀ ଜାତୀୟ ମନ୍ଦିରର ଗୋଟିଏ କାର୍ୟ୍ୟକ୍ରମରେ ହିନ୍ଦୁ ସଂପ୍ରଦାୟର ଲୋକଙ୍କ ସହ କଥା ହେବା ବେଳେ ହାସିନା କହିଛନ୍ତି। କୋମିଲ୍ଲାରେ ଘଟିଥିବା ଘଟଣା ବିସ୍ତୃତ ଭାବେ ତଦନ୍ତ କରାଯିବ। କାହାକୁ ବି ଛାଡ଼ା ଯିବନି। ସେମାନେ ଯେଉଁ ଧର୍ମର ଲୋକ ହୋଇଥିଲେ ମଧ୍ୟ କିଛି ବି ଫରକ ପଡ଼ିବନି। ସେମାନଙ୍କୁ ଖୋଜି ବାହାର କରାଯିବ ଓ ଦଣ୍ଡ ଦିଆଯିବ। ଆମେ ଅନେକ ତଥ୍ୟ ହାସଲ କରିଛୁ। ଏହା ହେଉଛି ବୈଷୟିକ ଜ୍ଞାନକୌଶଳର ଯୁଗ। ଏବେ ବୈଷୟିକ ଜ୍ଞାନକୌଶଳ ଜରିଆରେ ସେମାନଙ୍କୁ ଠାବ କରି ଦଣ୍ଡ ଦିଆଯିବ ବୋଲି ହାସିନା କହିଛନ୍ତି।

ସୂଚନାଯୋଗ୍ୟ, ଦୁର୍ଗାପୂଜା ପାଇଁ ଲାଗିଥିବା ବିଭିନ୍ନ ସାମଗ୍ରୀକୁ କିଛି ଲୋକ ଭଙ୍ଗା ରୁଜା କରିବା ସହ ମା’ଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ। ସେହିପରି ହିନ୍ଦୁ ମନ୍ଦିରକୁ ଟେକା ପଥର ମାଡ଼ କରୁଥିବା ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ଭାରତ ସରକାର ମଧ୍ୟ କଡ଼ା ଭାଷାରେ ନିନ୍ଦା କରିଥିଲେ। ଏଥିସହ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହ କରିବାକୁ ବାଂଲାଦେଶ ସରକାରଙ୍କୁ କହିଥିଲେ।