ବଦଳିବେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ

ବଦଳିବେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ

ବଦଳିବେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଉତରାଖଣ୍ଡରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜନୀତି ସରଗରମ ହୋଇପଡିଛି । ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ଥିବା ତ୍ରିଭେନ୍ଦ୍ର ସିଂ ରାୱତ ନିଜ ପଦ ଛାଡ଼ିପାରନ୍ତି ବୋଲି ବିଜେପି ଅଳିନ୍ଦରେ ଚର୍ଚ୍ଚା ହେଉଛନ୍ତି । ଅପରପକ୍ଷରେ ତ୍ରିଭେନ୍ଦ୍ର ଇସ୍ତଫା ଦେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନଇ ବି ଚର୍ଚ୍ଚା ଜୋରଧରିଛି । ସମ୍ପ୍ରତି ଉତରାଖଣ୍ଡର ଟାଣୁଆ ବିଜେପି ନେତା ଅଜୟ ଭଟ୍ଟ, ଅନୀଲ ବଲୁନୀ ଓ ସତପାଲ ମହାରାଜ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ସୁନଜର କାହା ଉପରେ ରହିବ ତାହା ଉପରେ ସ୍ୱାଭାବିକ ଭାବେ ନିଘା ରହିଛି । ସୂଚନାଯୋଗ୍ୟ, ଗତ ୩ ବର୍ଷ ଧରି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ବଦଳିବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ସେଭଳି କିଛି ହୋଇନାହିଁ । ଆଜି ମହିଳା ଦିବସ ଥିବାବେଳେ ରାୱତଙ୍କର ସରକାରୀ କାର୍ଯ୍ୟକ୍ରମ ରହିଥିଲା । ତେବେ ହଠାତ ତାଙ୍କୁ ଦିଲ୍ଲୀରୁ ଡାକରା ଆସିଥିଲା । ଫଳରେ ମୁଖ୍ୟମନ୍ତ୍ରୀ ପଦରୁ ସେ ଖୁବଶୀଘ୍ର ଇସ୍ତଫା ଦେବେବୋଲି ଚର୍ଚ୍ଚା ଜୋରଧରିଛି । ଅପରପକ୍ଷରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ଯଦି ନିଜ ପଦ ବଜାୟ ରଖିବାରେ ସମର୍ଥ ହୁଅନ୍ତି ତେବେ ସ୍ୱର୍ଗତ ନାରାୟଣ ଦତ ତିୱାରୀଙ୍କ ପରେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ସେ ଲଗାତର ୫ ବର୍ଷ ନେତୃତ୍ୱ ନେବାରେ ରେକଡର଼୍ କରିବେ ।