ଦୁଇ ଦିନ ପରେ ବାହାଘର, ଘରୁ ମିଳିଲା ଝିଅ ସହ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ

ଦୁଇ ଦିନ ପରେ ବାହାଘର, ଘରୁ ମିଳିଲା ଝିଅ ସହ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ

ଦୁଇ ଦିନ ପରେ ବାହାଘର, ଘରୁ ମିଳିଲା ଝିଅ ସହ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ
ଗୋଷାଣି: ଦୁଇ ଦିନ ପରେ ହୋଇଥାନ୍ତା ଝିଅର ବାହାଘର । ହେଲେ ସନ୍ଧ୍ୟାରେ ଘଟିଛି ଅଭାବନୀୟ କାଣ୍ଡ । ଉକ୍ତ ଝିଅ ସହ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଦେଖିବାକୁ ମିଳିଛି ଝିଅର ଘରେ । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ କାଣ୍ଟ୍ରାଗଡ଼ ପଞ୍ଚାୟତର ଆରିବା ଗ୍ରାମରେ ଘଟିଛି । ଏହି ହୃଦୟ ବିଦାରକ ଘଟଣା । ମୃତକ ଗ୍ରାମର ଏସ.ବାବୁ ରାଓଙ୍କ ଝିଅ ଏସ.ଦିଲ୍ଲେଶ୍ୱରୀ (୨୧) ଓ ଉକ୍ତ ସାହିର ସ୍ୱର୍ଗତ ପି.ଆପ୍ପା ରାଓଙ୍କ ପୁଅ ପି. ତାଲୁରୁ ଶ୍ରୀନୁ (୨୫) । କାଣ୍ଟ୍ରାଗଡ ସରପଞ୍ଚଙ୍କ ସ୍ୱାମୀ ସନମୁଖ ରାଓଙ୍କ ଠାରୁ ଖବର ପାଇ ଗୁରାଣ୍ଡି ଥାନା ଏସଆଇ ଲୋକନାଥ ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନେ୍ଦହ ପ୍ରକାଶ ପାଇଛି । ତେବେ ରାତି ହୋଇଯାଇଥିବାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବ ଏବଂ ତଦନ୍ତ ପରେ ଯାହା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ ଏସଆଇ ଲୋକନାଥ ବେହେରା ସୂଚନା ଦେଇଛନ୍ତି । ଏବେ ବି ଘଟଣା ସ୍ଥଳରେ ପୁଲିସ ଜଗି ରହିଥିବା ଏସଆଇ କହିଛନ୍ତି ।