୧୩,୧୨୧ ଟଙ୍କା ଖସିଲାଣି ସୁନା

୧୩,୧୨୧ ଟଙ୍କା ଖସିଲାଣି ସୁନା

୧୩,୧୨୧ ଟଙ୍କା ଖସିଲାଣି ସୁନା
ନୂଆଦିଲ୍ଲୀ: ସୁନା ଦରରେ ହ୍ରାସ ଧାରା ଜାରି ରହିଛି । ରେକର୍ଡ ସ୍ତରରୁ ଏହା ୧୩୧୨୧ ଟଙ୍କା ଖସିଗଲାଣି । ୨୦୨୦ ଅଗଷ୍ଟରେ ୧୦ ଗ୍ରାମ ପିଛା ଏହାର ଦର ୫୭,୦୦୮ ଟଙ୍କା ସ୍ତରରେ ପହଞ୍ଚି ଯାଇଥିଲା । ଏବେ ଏହା ୪୩,୮୮୭ ଟଙ୍କାକୁ ଖସି ଆସିଲାଣି । ଚଳିତ ବର୍ଷ ସୁନା ଦରରେ ୫,୦୦୦ ଟଙ୍କାରୁ ଅଧିକ ହ୍ରାସ ଘଟିଛି । ଶୁକ୍ରବାର ନୂଆଦିଲ୍ଲୀରେ ୧୦ ଗ୍ରାମ ପିଛା ଏହି ମୂଲ୍ୟବାନ ଧାତୁ ଦରରେ ୫୨୨ ଟଙ୍କା ହ୍ରାସ ଘଟି ୪୩,୮୮୭ ଟଙ୍କାକୁ ଖସି ଆସିଛି । ଅନ୍ୟ ପକ୍ଷରେ କିଲୋଗ୍ରାମ ପିଛା ରୂପା ଦର ୧୮୨୨ ଟଙ୍କା ହ୍ରାସ ପାଇ ୬୪,୮୦୫ ଟଙ୍କାକୁ ଖସିଆସିଛି ।